କୋଭିଡ୍ ସ୍ଥିତି ଅନୁଧ୍ୟାନ ସହ ବାହାର ରାଜ୍ୟ ଏବଂ କୁମ୍ଭମେଳା ଫେରାନ୍ତଙ୍କ ତାଲିକା ସଂଗ୍ରହ ସର୍ଭେ ଆରମ୍ଭ

୨ଦିନରେ ରିପୋର୍ଟ ଦାଖଲ ପାଇଁ ଜିଲ୍ଳାପାଳଙ୍କ ରହିଛି ନିର୍ଦ୍ଦେଶ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଦିନକୁ ଦିନ ରାୟଗଡ ଜିଲ୍ଳାରେ ବର୍ଦ୍ଧିତ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଚିନ୍ତାରେ ପଡିଛି ପ୍ରଶାସନ । ତେବେ କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଏବଂ ଜିଲ୍ଳାରେ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ବାହାର ରାଜ୍ୟରୁ ଏବଂ କୁମ୍ଭମେଳାରୁ ଜିଲ୍ଳାକୁ ଫେରିଥିବା ଲୋକମାନଙ୍କ ସହ ପ୍ରତ୍ୟେକ ଘର ଘର ବୁଲି ଜ୍ୱର ଲକ୍ଷଣ ଥିବା ଲୋକଙ୍କ ତାଲିକା ସଂଗ୍ରହ କରି ସବିଶେଷ ବିବରଣୀ ଦୁଇ ଦିନ ମଧ୍ୟରେ ଦାଖଲ କରିବାକୁ ସମସ୍ତ ବିଡିଓ, ତହସିଲଦାର ଓ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଗତ ୨୩ତାରିଖ ଠାରୁ ଜିଲ୍ଳାର ସମସ୍ତ ବ୍ଳକ ଏବଂ ପୈାରାଂଚଳ ଓ ବିଜ୍ଞାପିତ ଅଂଚଳ ପରିଷଦରେ ଅଙ୍ଗନବାଡି କର୍ମୀ,ଆଶାଦିଦି,ଏଏନଏମ ଓ ଶିକ୍ଷକମାନେ ରେଜିଷ୍ଟ୍ରାର ଏବଂ ଥର୍ମାଲ ସ୍କାନିଂ ଯନ୍ତ୍ର ଧରି ଘରକୁ ଘର ବୁଲି ତାଲିକା ସଂଗ୍ରହ ସର୍ଭେ କରିବା ସହ ଆସନ୍ତା ରବିବାର ୨୫ତାରିଖ ଦିନ ରିପୋର୍ଟ ପ୍ରଦାନ କରିବେ ।

Omkar Vasthu
Omkar Vasthu


ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା କୋଲନରା ବ୍ଳକ ଥେରୁବାଲି ପଂଚାୟତ ଅନ୍ତର୍ଗତ ଡିପି କ୍ୟାମ୍ପ ଅଂଚଳରେ ଘରକୁ ଘର ବୁଲି ତାଲିକା ସଂଗ୍ରହ ସର୍ଭେ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ସହ ଲୋକଙ୍କୁ କୋଭିଡ-୧୯ ନିୟମାବଳୀକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ସେହିପରି ରାୟଗଡ ବ୍ଳକର ଜେକେପୁରରେ ବିଡିଓ ରାଜେନ୍ଦ୍ର କୁମାର ମାଝି, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ୍‌, ଅତିରିକ୍ତ ତହସିଲଦାର ସୁନୀଲ ଖରା, ସିଡିପିଓ ପ୍ରମୁଖ ଘରକୁ ଘର ବୁଲି ତାଲିକା ସଂଗ୍ରହ ସର୍ଭେ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ସେହିପରି ଜିଲ୍ଳା ସମସ୍ତ ବ୍ଳକରେ ନୋଡାଲ ଅଧିକାରୀ ବିଡିଓଙ୍କ ନେତୃତ୍ୱରେ ତାଲିକା ସଂଗ୍ରହ ସର୍ଭେ ଆରମ୍ଭ ହୋଇଯାଇଛି ।

Pearl dental clinic
Near Ashish Medical Store, Bhawanipatna


ପ୍ରକାଶ ଥାଉ କି, ଏହି ସର୍ଭେ ବେଳେ ଟିମ୍ ପକ୍ଷରୁ ବାହାର ରାଜ୍ୟ ତଥା କୁମ୍ଭମେଳାରୁ ଫେରିଥିବା ଲୋକଙ୍କ ଗସ୍ତ ତଥ୍ୟ ସହ ଘରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ଜ୍ୱର କିମ୍ବା କୋଭିଡ ଲକ୍ଷଣର ତାଲିକା ପ୍ରସ୍ତୁତ କରୁଛନ୍ତି । ଲକ୍ଷଣ ବ୍ୟକ୍ତି ଚିହ୍ନଟ ହେଲେ ସ୍ଥାନୀୟ କ୍ଳଷ୍ଟର ଟିଏମସି ସଂଗରୋଧରେ ରଖିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସର୍ଭେକୁ ବିଡିଓ ମାନେ ପର୍ଯ୍ୟବେକ୍ଷଣ କରିବେ ଏବଂ ଉପଜିଲ୍ଳାପାଳ ରାୟଗଡ ଓ ଗୁଣପୁର ମନିଟରିଙ୍ଗ କରିବେ ବୋଲି ଜିଲ୍ଳାପାଳ ନିର୍ଦ୍ଦେଶ ଦେବା ସହ ଗୁଣପୁର, ରାୟଗଡକୁ ବାଦ ଦେଲେ ଚନ୍ଦ୍ରପୁର, ବିଷମକଟକ ଓ ମୁନିଗୁଡା ବ୍ଳକରେ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇ ପାରୁ ନ ଥିବାରୁ ମୁନିଗୁଡାରେ ଆମ୍ବୁଲାନ୍ସ ରଖିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଉକ୍ତରୋକ୍ତ ବ୍ଳକର ବିଭିନ୍ନ ଅଂଚଳକୁ ଉଚିତ ସମୟରେ ଆମ୍ବୁଲାନ୍ସ ସହଜରେ ପଂହଚିପାରିବ । ସେହିପରି ଆସନ୍ତ ସୋମବାର ଠାରୁ ଜିଲ୍ଳାରେ ଆରଟି-ପିସିଆର ଟେଷ୍ଟିଂକୁ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଳାପାଳ ଶ୍ରୀ ମିଶ୍ର ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.