ଦ୍ରୁତଗତିରେ ବୃଦ୍ଧି ପାଉଛି ରାୟଗଡ ଜିଲ୍ଳାରେ ଆକ୍ଟିଭ କେସ୍ ସଂଖ୍ୟା

୧୧୬ ଆକ୍ରାନ୍ତ ଚିହ୍ନଟ ପରେ କରୋନା ଆକ୍ଟିଭ କେସ୍ ୬୧୭

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ ଗତ ୨୩ ତାରିଖ ଦିନ ୧୧୬ଟି ନୂଆ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ବର୍ତମାନ ଜିଲ୍ଳାରେ ଶତକଡା ୬.୫୮ପ୍ରତିଶତ ହାରରେ ଆକ୍ଟିଭ କେସ୍ ୬୧୭ରେ ପଂହଚିଥିବା ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଫଳରେ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩୭୧ ଛୁଇଁଥିବା ବେଳେ ଶତକଡା ୯୨.୯୧ ପ୍ରତିଶତ ସୁସ୍ଥତା ହାରରେ ୮୭୦୭ଜଣ ଚିକିତ୍ସିତ ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଶତକଡା ୦.୫୦ପ୍ରତିଶତ ମୃତ୍ୟୁ ହାରରେ ୪୭ଜଣ କରୋନାରେ ଜୀବନ ହାରିଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୧୬ଜଣଙ୍କ ମଧ୍ୟରେ ୮୫ଜଣ ପୁୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ୩୧ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ଜିଲ୍ଳାର ବିଷମକଟକ ଓ କୋଲନରା ବ୍ଳକରୁ ୨ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ମୁନିଗୁଡା ବ୍ଳକରୁ ସର୍ବାଧିକ ୪୪ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।


ସେହିପରି ଗୁଣପୁର ପୈାରାଂଚଳରୁ ୧୫, କାଶିପୁର ବ୍ଳକରୁ ୧୦ ଓ ପଦ୍ମପୁର ବ୍ଳକରୁ ଜଣେ ଚିହ୍ନଟ ହୋଇଥିବା ବେଳେ ରାୟଗଡ ବ୍ଳକରୁ ୬ ଓ ପୈାରାଂଚଳରୁ ୩୬ଜଣଙ୍କୁ ମିଶାଇ ମୋଟ ୧୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଂଟାକ୍ଟ ଟ୍ରେସିଂରୁ ୨୩, ଆଇଏଲଆଇ/ସାରି ଲକ୍ଷଣରୁ ୬୯ଜଣ ଚିହ୍ନଟ ହୋଇଥିବା ବେଳେ ହୋମ କ୍ୱାରେନଟାଇନରୁ ୧୦୫ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳା ବାହାରକୁ ଯାଇ ଫେରିଥିବା ୬ଜଣଙ୍କ ଗସ୍ତ ତଥ୍ୟ ପ୍ରଶାସନ ପାଖେ ରହିଥିବା ଜଣାପଡିଥିବା ବେଳେ ଜିଲ୍ଳାରେ ବର୍ତମାନ ସୁଦ୍ଧା ୩୬୪୩୮ଟି ଆରଟି-ପିିସିଆର, ୧୫୨୧୬୭ଟି ଆଂଟିଜେନ ଓ ୧୩୬୬ଟି ଟ୍ରି୍ୟୁନାଟ୍ ମୋଟ ୧୮୯୯୭୧ଜଣଙ୍କ କରୋନା ପରୀକ୍ଷା ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.