ରାୟଗଡ, (ଶିବ ନାରାୟଣ ଗୈାଡ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦ,ରାୟଗଡ ତରଫରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୦ତମ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ରାୟଗଡ ସହରର ସ୍ଥାନୀୟ ଗଜପତି ଛକ ଠାରେ ଥିବା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ଶରଚ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦ, ରାୟଗଡର ସଂପାଦକ ଅମୂଲ୍ୟରତ୍ନ ସାହୁଙ୍କ ପୈାରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପ୍ରମୋଦ ପରିଚ୍ଛା, ଶିକ୍ଷାବିତ୍ ଆଦିତ୍ୟ ପଟ୍ଟନାୟକ, ତ୍ରିପତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ-୧୯ ଗାଇଡଲାଇନ ନିର୍ଦ୍ଦେଶାନାମାନୁଯାୟୀ ସମସ୍ତେ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।