କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ବ୍ୟବସାୟୀ ସଂଘ ତରଫରୁ ଗତକାଲି ଏକ ବୈଠକ ସଂପାଦକ ପ୍ରଶାନ୍ତ ସାମନ୍ତରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେଇ ଅପ୍ରେଲ୨୮ ତାରିଖରୁ ଆଗାମୀ ମେ ଦୁଇ ତାରିଖ ଯାଏଁ ସଟଡ଼ାଟନ ଘୋଷଣା ନିଷ୍ପତି ହେଇଥିଲା। ଆଜି ଏନେଇ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଥିବା ଜଣାଯାଇଛି। କେବଳ ସକାଳ ଦଶଟା ଯାଏଁ ପନିପରିବା ଓ କ୍ଷୀର ଦୋକାନ ଖୋଲା ରହିବ ବୋଲି ବ୍ୟବସାୟୀ ସଂଘ ସୂଚନା ପ୍ରଦାନ କରିଚି। ଏହି ବୈଠକରେ ବ୍ୟବସାୟୀ ସଂଘର ସଦସ୍ୟମାନେ ଯୋଗଦେଇ,ସଟଡ଼ାଉନକୁ ସ୍ୱାଗତ କରିବା ସହିତ ସହଯୋଗ କରିବୁ ବୋଲି ମତ ଦେଇଥିଲେ।





