ବିଶିଷ୍ଟ ସମାଜସେବୀ ଯଶୋଦା ନନ୍ଦ ଆଚାର୍ଯ୍ୟଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

କଟକ: କଟକ ସଦର ୪୨ ମୌଜା ଉପକଣ୍ଠ ଶ୍ରୀରାମ ଗ୍ରାମର ସମାଜସେବୀ ଯଶୋଦା ନନ୍ଦ ଆଚାର୍ଯ୍ୟ(୮୨)ଙ୍କ ବିୟୋଗରେ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ସୂଚନାଯୋଗ୍ୟ ସ୍ୱର୍ଗତ ଆଚାର୍ଯ୍ୟ ଜଣେ କର୍ମଜୀବୀ,ସାହି ମୁରବୀ,ଧର୍ମପରାୟଣ ବ୍ୟକ୍ତି,କଟକ ବଡ ମେଡ଼ିକାଲର ସୁପରିନଟେଣ୍ଡେଣ୍ଟ,ଶ୍ରୀରାମ ପାଣି ପଞ୍ଚାୟତର ସଭାପତି ଓ ୪୨ମୌଜ଼ା ପେନସନ ସଂଘର ସଭ୍ୟ ଭାବେ ବହୁ ପଦପଦବୀରେ କାର୍ଯ୍ୟକରି ସମସ୍ତଙ୍କର ପରିଚିତ ଥିଲେ । ତାଙ୍କ ଜ୍ୟାଷ୍ଠ ପୁତ୍ର ଦିଲ୍ଲୀପ ଆଚର୍ଯ୍ୟ ମୁଖାଗ୍ନି ଦେଇବାସହ ଗ୍ରାମ ସ୍ମଶାନରେ ସମସ୍ତ ଆତ୍ମୀୟ ସ୍ଵଜନଙ୍କ ଉପସ୍ଥିତିରେ ଶବ ସଂସ୍କାର କରାଯାଇଥିଲା । ସ୍ୱର୍ଗତ ଆଚାର୍ଯ୍ୟଙ୍କ ବିୟୋଗରେ ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,କୃଷକ ନେତା ଦେବୀ ପ୍ରସାଦ ପତି,ବିଜୟ ନାୟକ, ଅଭିରାମ ଦଳାଇ,ଅସୀମ ଦାସ, ବିଜୟ ସ୍ୱାଇଁ, ଅନି ମହାପାତ୍ର,ବାବୁନା ଦାଶ, ଗାନ୍ଧୀଗୁରୁ ଦାସ, ଆନ୍ଦ ଦେବତା, ଆନ୍ଦ ବେହେରା, ଶରତ ଦାସ, ଗଜେନ୍ଦ୍ର ବେହେରା, ଶରତ ରାଉଳ, ରସାନନ୍ଦ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି !

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.