ପ୍ରତିଶୃତି ପତ୍ରିକା ପରିବାର ପକ୍ଷରୁ ‘ମୃତ୍ୟୁଞ୍ଜୟ ନା ମୃତ୍ୟୁଭୟ’ ଶିର୍ଷକ ଆଲୋଚନା ଚକ୍ର

ଖୋର୍ଦ୍ଧା: ଜଟଣୀର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ‘ପ୍ରତିଶୃତି ପତ୍ରିକା ପରିବାର’ ତରଫରୁ ଭର୍ଚୁଆଲ ମୋଡରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଆଲୋଚନାରେ ପ୍ରାରମ୍ଭରେ ଏକ ଆଧ୍ୟାତ୍ମିକ ଭକ୍ତି ସଂଗୀତ ଅନୁଷ୍ଠାନର ସଦସ୍ୟ ବନ୍ଦନା ମିଶ୍ର ଗାନ କରିଥିଲେ। ଏହି ଆଲୋଚନା ଚକ୍ରରେ ପ୍ରାର୍ଥନା ଟିଭିର ‘ବାଳକେ ମୋର ବୋଲ କର’ର ପ୍ରବଚକ ତଥା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଆଲୋଚ୍ୟ ଶୀର୍ଷକ “ମୃତ୍ୟୁଞ୍ଜୟ ନା ମୃତ୍ୟୁଭୟ” ଉପରେ ସାରମର୍ମ ରଖିଥିଲେ। ବରିଷ୍ଠ କବି ତଥା ସଞ୍ଚାଳିକା ଶ୍ରୀମତୀ ସୁମିତା ବେହେରା ମୁଖ୍ୟ ବକ୍ତା ଭାବେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରତିଶୃତି ପରିବାରର ସଭାପତି ଡ଼ଃ. ବିଜୟ ପାତ୍ର ଆଧ୍ୟାତ୍ମିକ ଗୁରୁ ତଥା ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କୁ ଆତିଥ୍ୟତା ପ୍ରଦାନ ସ୍ୱରୂପ ସ୍ବାଗତ କରିଥିଲେ। ଆଲୋଚନାରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିବିଶେଷ ପ୍ରସଙ୍ଗ ଉପନୀତ ବିଭିନ୍ନ ପ୍ରଶ୍ନର ଉତ୍ତର ଶ୍ରୀଯୁକ୍ତ ବୀରେନ୍ଦ୍ର ପଣ୍ଡାଙ୍କ ଠାରୁ ପ୍ରାପ୍ତ ହେବା ସହ ତାଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ପ୍ରତିଶ୍ରୁତି ପରିବାରର ସମ୍ପାଦିକା ସସ୍ମିତା ମହାପାତ୍ର, ପରିଚାଳନା ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ, ବିଶିଷ୍ଟ କବି ତଥା ଉଦଘୋଷକ ଦୟାନିଧି ତ୍ରିପାଠୀ, ପ୍ରବୀଣ କବି ଶୈଳେନ୍ଦ୍ରୀଧିରାଜ ଶତପଥୀ, ପ୍ରତିଶ୍ରୁତି ପରିବାରର ପରିଚାଳନା ସଦସ୍ୟ ଯୁବ କବି ଶୁଭବ୍ରତ ମହାପାତ୍ର ଓ ଜଗନ ପାଳ, ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ପ୍ରଣତି ଆଚାର୍ଯ୍ୟ, ଦୀନବନ୍ଧୁ ପୋଇ, ଗାୟତ୍ରୀ ବେହୁରା, ଶୁଭଶ୍ରୀ ପଟ୍ଟନାୟକ, ସରୋଜିନୀ ପରମାଗୁରୁ, ରତିନାରାୟଣ ରାଉତ, ଅଳକା ପ୍ରଧାନ, ମିନାକ୍ଷୀ ଦ୍ବିବେଦୀ, ବିନୋଦିନୀ ଦାସ, ଗୋଲାପ ନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ। ଆଲୋଚନା ଶେଷରେ ଏକ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଥିଲା। ପରିଶେଷରେ ବରିଷ୍ଠ କବି ତଥା ସଞ୍ଚାଳିକା ସୁମିତା ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.