ଦୁର୍ଗମାଞ୍ଚଳରେ ଟୀକାକରଣ: ସାମିଲ ହେଉଛନ୍ତି ଶହ ଶହ ଅଧିବାସୀ

ଲାଞ୍ଜିଗଡ଼: ଆଦିବାସୀ ବହୁଳ ଲାଞ୍ଜିଗଡ଼ ବ୍ଲକରେ ଚାଲିଛି ସ୍ୱତନ୍ତ୍ର କୋଭିଡ ଟୀକାକରଣ ଅଭିଯାନ। ଏପଟେ ଆଦିମ ଜନଜାତି ଲୋକଙ୍କୁ ବୁଝେଇ ଏଥିରେ ସାମିଲ କରିବା ମଧ୍ୟ ଏତେ ସହଜ ସାଧ୍ୟ ନୁହେଁ। ତେବେ ପ୍ରଶାସନର ଅକ୍ଲାନ୍ତ ପରିଶ୍ରମ ଓ ଆଶା, ଅଙ୍ଗନଓ୍ବାଡି, ଏଏନଏମ୍ ଆଦି କରୋନା ଯୋଦ୍ଧା ମାନଙ୍କ ପ୍ରୟାସ ଫଳରେ ଅଧିକରୁ ଅଧିକ ଲୋକ ଏଥିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ଏହି ଅଭିଯାନର ଅଷ୍ଟମ ଦିନରେ ଦୁର୍ଗମାଞ୍ଚଳ ବିଜେପୁର ଗ୍ରାମପଞ୍ଚାୟତର ୩୪୦ ଜଣ ଲୋକେ କୋଭିଡ ଟୀକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ସହିତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଲାଞ୍ଜିଗଡ ନୋଡାଲ ଅଫିସର ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ, ଯନ୍ତ୍ରୀ ପିତାମ୍ବର ହେମ୍ରମ୍, ଜିଆରଏସ୍ ଅରବିନ୍ଦ ମହାନ୍ତି, ଯୋଗାଣ ସହାୟକ ଦୁର୍ଗା ମାଝୀ ଓ ଦେବରାଜ ନାଏକ ପ୍ରମୁଖ ଲୋକଙ୍କୁ ଟୀକା ନେବା ପାଇଁ ପ୍ରବର୍ତ୍ତାଇ ଥିଲେ ।


ତେବେ ଯୁବ ସମାଜସେବୀ ତଥା କଳାହାଣ୍ଡି ଜିଲ୍ଲା ବିଜୁଛାତ୍ର ଜନତାଦଳ ସମ୍ପାଦକ ପରୀକ୍ଷିତ ନାଏକଙ୍କ ନେତୃତ୍ୱରେ ନିରାକାର ବାଗ, ଦେବଗିରି ନାଏକ, ପଦ୍ମଲୋଚନ ହରିଜନ, ବରୁଣ ନାଏକ ଟୀକା ଗ୍ରହଣକାରୀଙ୍କୁ ନେବା ଆଣିବାରେ ସହାୟତା କରିଥିବାବେଳେ ଆଶା, ଅଙ୍ଗନୱାଡି କର୍ମୀ, ଓଡିଶା ଜୀବିକା ମିଶନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଦୁର୍ଗମ ମାଳିଯୁବାଙ୍ଗ ଗ୍ରାମପଞ୍ଚାୟତରେ ୨୦୩ ଜଣ କୋଭିଡ ଟୀକା ନେଇଥିବା ଜଣାପଡିଛି। ଏଥିରେ ମାଳିଯୁବାଙ୍ଗ ସରପଞ୍ଚ ଲାଲକୃଷ୍ଣ ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିହର କୁମାରଙ୍କ ନେତୃତ୍ୱରେ ଯୋଗାଣ ସହାୟକ ଫକୀର ବେହେରାଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ, ଓଡିଶା ଜୀବିକା ମିଶନର କର୍ମକର୍ତ୍ତା ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତାଙ୍କ ସହଯୋଗରେ ଟୀକାକରଣ କରିବାରେ ସହଯୋଗ କରିଥିଲେ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ ନିଲେଶ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.