ନର୍ଲା ଶାଖା ଭାଟିରେ ଦିନରାତି ବେଧଡ଼କ ମଦ ବିକ୍ରି, ସରକାରଙ୍କ ନିୟମକୁ ଫୁ’

କଳାହାଣ୍ଡି, (ନିରଞ୍ଜନ ଗଉଡ): ଓଡ଼ିଶାରେ କରୋନାର ଦ୍ବିତୀୟ ଲହର ତା’ର ପ୍ରକୋପ ଦେଖାଇ ଚାଲିଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସାରା ମେ ୫ ରୁ ଜୁନ ୧୭ ପର୍ଯ୍ୟନ୍ତ ଲକଡାଉନ ଜାରି ହୋଇଛି। ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସତର୍କତା ଓ ସଚେତନମୂଳକ ପନ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଅମାନିଆଙ୍କ ପାଇଁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ନର୍ଲା ସହର ଗୁଡିକର ଦୋକାନ ବଜାରରେ ପ୍ରତିଦିନ ଦେଖାଯାଉଥିବା ଅସମ୍ଭାଳ ଗହଳି, ପ୍ରଶାସନର କୋଭିଡ ନିୟମ ମୁତାବକ ଜିଲାରେ ସକାଳ ୭ଟା ଠାରୁ ମଧ୍ୟାହ୍ନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହୁଛି। କିନ୍ତୁ ନର୍ଲା -ଜୁର୍କାଭଟା ଯିବା ରାସ୍ତାରେ ଥିବା ଶାଖା ମଦ ଭାଟିରେ ଦିନରତ୍ରୀ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଯାହାଫଳରେ ମଦ ଭାଟିରେ ଅହେତୁକ ଭିଡ ଦେଖିବାକୁ ମିଳିବାବେଳେ କୋଭିଡ଼ର ନିୟମକୁ ବେଖାତିର କରୁଥିବା ଲୋକ ଓ ଲାଭଖୋର ବ୍ୟବସାୟୀଙ୍କ ଏପରି ବେପରୁଆ ମନୋଭାବ ନର୍ଲାରେ କୋଭିଡ଼ର ସ୍ଥିତିକୁ କେଉଁ ମୋଡ ଦେବ ତାହା କେବଳ ସମୟ ହିଁ କହିପାରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.