ଜୁନାଗଡ଼: କରୋନା ମହାମାରୀ ପରିଚାଳନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ତେବେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତିଙ୍କୁ ଶିଘ୍ର କୋଭିଡ୍ ଟୀକାକରଣ କରିବା ପାଇଁ ଦାବି କରିଛି ଜୁନାଗଡ ବଣିକ ସଂଘ। ଏନେଇ ସିଡିଏମଓଙ୍କ ଉଦ୍ଦେଶ୍ୟରେ ଜୁନାଗଡ ବଣିକ ସଂଘ ତରଫରୁ ସଭାପତି ମୁକେଶ ଅଗ୍ରୱାଲ, ସମ୍ପାଦକ ପ୍ରଭାତ ଦାଶ, ସୁରେନ ଗୋଏଲ, ସନ୍ତୋଷ ସହୂ, ସତ୍ୟ ରଞ୍ଜନ ସାହୁ ପ୍ରମୁଖ ରହି
ଜୁନାଗଡ ହସ୍ପିଟାଲରେରେ ଦାବିପତ୍ର ପ୍ରଦାନ କରିଥିଲେ।
ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in