ହାତୀ ଆକ୍ରମଣରେ ସ୍କ୍ୱାର୍ଡ ଟିମ୍‌ କର୍ମଚାରୀଙ୍କ ମୃତ୍ୟୁ

ଜୁନାଗଡ: ଜୁନାଗଡ଼ ରେଞ୍ଜ ଅଧୀନ ଘନା ସଂରକ୍ଷିତ ଜଙ୍ଗଲରେ ହାତୀର ଗତିବିଧି ଲକ୍ଷ୍ୟ କରିବାକୁ ଯାଇଥିବା ବନ ବିଭାଗ ସ୍କ୍ୱାର୍ଡ ଟିମ୍‌ର ଜଣେ କର୍ମଚାରୀ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ କଲେଇଗାଁ ପଞ୍ଚାୟତ ସାନଡୁମେରବାହାଲ ଗ୍ରାମର ଜଗନ୍ନାଥ ତ୍ରିପାଠୀ (୪୭)।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାପ୍ତ ସୂଚନା ଆଧାରରେ, ଗୁରୁବାର ଅପରାହ୍ନରେ ବନ ବିଭାଗର ଏକ ୧୨ ଜଣିଆ ଟିମ୍‌ ଘନା ସଂରକ୍ଷିତ ଜଙ୍ଗଲ ଗୋଲାମୁଣ୍ଡା ଗ୍ରାମ ନିକଟରେ ହାତୀ ଆସିଥିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ହଠାତ୍‌ ଏକ ହାତୀପଲ ସହ ସେମାନେ ମୁହାଁମୁହିଁ ହୋଇଯାଇଥିଲେ। ସମସ୍ତ କର୍ମଚାରୀ ଏଣେତେଣେ ଦୌଡି ପଳାଇଥିଲେ। କିନ୍ତୁ ତଳେ ପଡିଯାଇଥିଲେ ଜଗନ୍ନାଥ। ହାତୀପଲ ତାଙ୍କୁ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଜୁନାଗଡ ରେଞ୍ଜ ଅଧିକାରୀ ମୁରାରୀ ପଣ୍ଡା, ଫରେଷ୍ଟର ନୀହାର ରଞ୍ଜନ ଠାକୁର, ଜୟଦେବ ମାଝି, ଦେବେନ୍ଦ୍ର ମାଝିଙ୍କ ସମେତ ବନ ବିଭାଗ ଅଧିକାରୀ ଗାଁରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସରକାରୀ ସ୍ତରରେ ଯାହାକିଛି ସୁବିଧା ରହିଛି ମୃତକଙ୍କ ପରିବାର ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି ବନବିଭାଗ ଅଧିକାରୀମାନେ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.