ପୁସ୍ତକ ‘ନିର୍ବିଘ୍ନଂ କୁରୁ ମେ ଦେବ’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ସଇଁତଲା| ବଲାଙ୍ଗୀର (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ନଗର ପ୍ୟାଲେସ ଲାଇନ ଶାନ୍ତି ମାର୍ଗ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ଜିଲ୍ଲା ମଧୁ ବୈଶ୍ୟ (ଗୁଡ଼ିଆ) ସମାଜର ମୁଖପତ୍ର ‘ନିର୍ବିଘ୍ନଂ କୁରୁ ମେ ଦେବ’ ଉନ୍ମୋଚିତ ହୋଇଯାଇଛି l ପୁସ୍ତକରେ ସିଦ୍ଧି ବିନାୟକ ମନ୍ଦିର ନିର୍ମାଣର ଇତିବୃତ୍ତ, ମଧୁ ବୈଶ୍ୟ (ଗୁଡ଼ିଆ) ସମାଜର ଗୌରବମୟ ଇତିହାସ, ବଲାଙ୍ଗୀର ଜ଼ିଲ୍ଲାର ଅତୀତର ମହାନ ବିଭୁତି ତଥା ନୂତନ ପିଢ଼ିର ପ୍ରଶଂସିତ ବ୍ୟକ୍ତିଙ୍କ ଜୀବନାଦର୍ଶର ବିସ୍ତୃତ ବର୍ଣ୍ଣନା ରହିଛି | ଏହା ସହ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା, କଳସ ଯାତ୍ରା, ମହାଯଜ୍ଞ ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠାର ସୁଦୃଶ୍ୟ ରଙ୍ଗୀନ ଫଟୋ ସବୁ ପୁସ୍ତକରେ ସ୍ଥାନିତ ହୋଇଛି l ଅଧ୍ୟାପକ ଜୟକୃଷ୍ଣ ସାହୁ ପୁସ୍ତକର ମୁଖ୍ୟ ସମ୍ପାଦକ ତଥା ବିମଳ ଚୋପଦାର, ଦିବ୍ୟସିଂ ସାହୁ, ଭଗବାନ ସରାଫ ସମ୍ପାଦକ ରହିଛନ୍ତି | ପୁସ୍ତକ ଉନ୍ମୋଚନ ଉତ୍ସବ ଅବସରରେ ସିଦ୍ଧି ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା ଓ ଆଳତୀ କରାଯାଇଥିଲା | ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ଉପସଭାପତି ସୁନୀଲ କୁମାର ସାହୁ ମୁଖ୍ୟ ଅତିଥି, ଜ଼ିଲ୍ଲା ସଭାପତି ତ୍ରିନାଥ ସରାଫ ଓ ଲକ୍ଷ୍ମଣ ସାହୁ ସମ୍ମାନିତ ଅତିଥି, ଅର୍ଜୁନ ସାହୁ, ନିତ୍ୟାନନ୍ଦ ସାହୁ ପ୍ରିୟ ଅତିଥି ଭାବରେ ଯୋଗ ଦେଇ ପୁସ୍ତକର ଉନ୍ମୋଚନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଚୋପଦାର, ରମେଶ ସାହୁ, ବିକାଶ ନନ୍ଦ, ଅନୁପ ଚୋପଦାର, କୈଳାଶ ଚୋପଦାର, ଆଶିଷ ସାହୁ, ପ୍ରତାପ ସାହୁ, ଅଶୋକ ସାହୁ ଓ ସମ୍ପାଦକ ଗଣ ଉପସ୍ଥିତ ରହିଥିଲେ l ସୂଚନାଯୋଗ୍ୟ ଯେ, ଆଜିଠୁଁ ଠିକ ୧୨ବର୍ଷ ତଳେ ଆଜି ଭଳି ଏକ ଦିନରେ ଅର୍ଥାତ ୨୦୧୪ ମସିହା ଅକ୍ଟୋବର ୪ ତାରିଖ ମନ୍ଦିରର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା | ସେହି ଅକ୍ଟୋବର ୪ରେ ପୁସ୍ତକ ଉନ୍ମୋଚନ ଉତ୍ସବର ଆୟୋଜନ ଏକ ଶୁଭ ଲଗ୍ନର ସମାନତା, ପୁନରାଗମନ ବୋଲି ବିଚାର କରାଯାଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.