ବିଶ୍ବ ଆଦିବାସୀ ଦିବସରେ ଆଦିବାସୀ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଶ୍ୱ ଆଦିବାସୀ ଦିବସ ଅବସରରେ କର୍ଲାମୁଣ୍ଡା ବିଡିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ଆଦିବାସୀ ସଂଘ। ଆଜି କର୍ଲାମୁଣ୍ଡା ବ୍ଲକ ଶିଶୁମନ୍ଦିର ଠାରେ ବିରାଟ ସଭା କରି ତହସିଲ ଅଫିସ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିଥିଲେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ। ଆଦିସ୍କନ୍ଦ ସମାଜ କର୍ଲାମୁଣ୍ଡା ବ୍ଲକ ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଗୋବର୍ଧନ ଭୋଇ ସଭାପତି କର୍ଲାମୁଣ୍ଡା ବ୍ଲକ କନ୍ଧ ସମାଜ, ପ୍ରକାଶ ମାଝୀ ଉପସଭାପତି ଜିଲ୍ଲା କନ୍ଧ ସମାଜ କଳାହାଣ୍ଡି, ମଧୁସୂଦନ ଧରୁଆ ସଭାପତି ଆଦିବାସୀ କର୍ମଚାରୀ ସଂଘ କର୍ଲାମୁଣ୍ଡା ବ୍ଲକ, ରାଜକିଶୋର ମାଝୀ ଉପସଭାପତି ଅସୁରଗଡ଼ କମିଟି , ପ୍ରଧିଆ ଧରୁଆ ସଭାପତି ଗଣ୍ଡାୱାନା ସଂଘ କର୍ଲାମୁଣ୍ଡା ବ୍ଲକ, ନନ୍ଦି କିଶୋର ଭୋଇ ସଭାପତି ଯୁବ ସଂଗଠକ କର୍ଲାମୁଣ୍ଡା ବ୍ଲକଙ୍କ ସମେତ ଇଂ ପ୍ରକାଶ ଚନ୍ଦ୍ର ଭୋଇ, ଡମ୍ବରୁ ମାଝୀ, ତରୁଣ ଯାନୀ, ପ୍ରଦୀପ ମାଝୀ, ନୀଳମାଧବ ଭୋଇ, ଜଳନ୍ଧର ଭୋଇ, ରମାକାନ୍ତ ଭୋଇ ଯୋଗଦେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କର୍ଲାମୁଣ୍ଡା ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।

ଆଦିବାସୀ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ଅଗଷ୍ଟ ୯ ତାରିଖ ‘ବିଶ୍ବ ଆଦିବାସୀ ଦିବସ’କୁ ସରକାରୀ ଛୁଟି ଘୋଷଣା କରିବା, ଶହୀଦ ରେଣ୍ଡୋମାଝୀଙ୍କୁ ସ୍ବାଧିନତା ସଂଗ୍ରାମୀ ମାନ୍ୟତା ପ୍ରଦାନ କରିବା, କଳାହାଣ୍ଡି ଜିଲ୍ଲା ମେଡିକାଲ କଲେଜକୁ ସହିଦ ରେଣ୍ଡୋମାଝୀଙ୍କ ନାମରେ ନାମିତ କରିବା, ଅଣ ଆଦିବାସୀ ପ୍ରମାଣ ପତ୍ରରେ କରୁଥିବା ଚାକିରୀର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ, ଆଗାମି ଜନଗଣନାରେ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ଧର୍ମ, ଆଦିବାସୀ ଜମିକୁ ଆଦିବାସୀ ମାନେ ଚଞ୍ଚକତା କରି କ୍ରୟ କରୁଥିବାରୁ ତାହାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ, ମରାମପୁର ବ୍ଲକକୁ ସବଡିଭିଜନ ମାନ୍ୟତା, ଏସଇସିସି ତାଲିକାରୁ ବାଦ ପଡିଥିବା ବାସହୀନ ଯୋଗ୍ୟ ଆଦିବାସୀ ପରିବାରକୁ ଆବାସ ଯୋଜନା ତୁରନ୍ତ ଅନ୍ତଭୁକ୍ତ, ରାହୁଲ ଉତେଇ ନଦୀର ସଂଯୋଗୀ କରଣ, କର୍ଲାମୁଣ୍ଡା ବ୍ଲକ ଜଂଗଳ ଅଧିକାର ଆଇନ ୨୦୦୬କୁ ସଂପୁର୍ଣ୍ନ ରୁପେ ଗ୍ରହଣ ଓ ୬୦ ବର୍ଷ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଉଲ୍ଲେଖ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.