ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ସରକାରଙ୍କ ତରଫରୁ ମାଗଣାରେ ପାଠ୍ୟ ପୁସ୍ତକ, ଛାତ୍ରୀ ମାନଙ୍କୁ ସାଇକେଲ, ମାଗଣାରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବା ବେଳେ ପ୍ରତିବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ତରଫରୁ ମାଗଣାରେ ଦୁଇ ହଳ ସ୍କୁଲ ୟୁନିଫର୍ମ ଓ ଯୋତା ବଣ୍ଟନ କରାଯାଉଛି । ଅଗଷ୍ଟ ୧୫ ସ୍ୱାଧିନତା ଦିବସକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ପୋଷାକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସାରା ଜିଲ୍ଲାରେ ବଣ୍ଟନ କରାଯାଉଥିବା ବେଳେ କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରେ ମଧ୍ୟ ଗତ ଅଗଷ୍ଟ ୧୪ ରୁ ଆରମ୍ଭ ହୋଇଯାଇଛି ପୋଷାକ ବଣ୍ଟନ। ଏହି କ୍ରମରେ ନର୍ଲା ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ମଧ୍ୟ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି। ଗତ ୧୪ ଅଗଷ୍ଟରୁ ୧୯ ତାରିିଖ ପର୍ଯ୍ୟନ୍ତ ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାୟ କ୍ରମେ ଦୁଇ ହଳ ୟୁନିଫର୍ମ ସାଙ୍ଗକୁ ହଳେ ଯୋତା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ଡାଳୁଅଙ୍କ ଅଧ୍ୟକ୍ଷତାରେ ଏ ନେଇ ପୋଷାକ ବଣ୍ଟନ ଉତ୍ସବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ୍ ସହ ଶିକ୍ଷାଧିକାରୀ ସଚିଦାନନ୍ଦ ନାଏକ, ପରିଚାଳନା କମିଟିର ସଭାନେତ୍ରୀ ସାବେତ୍ରୀ ମାଝୀ, ୱାର୍ଡ ସଭ୍ୟ ଭୈରବ ପୋଢ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଯୋତା ବଣ୍ଟନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ଦେବୀସୁଧା ଦୋରା ସମେତ ଅନ୍ୟାନ୍ୟ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟରେ ମୋଟ ୨୦୭ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରତି ଦିନ ଗୋଟାଏ ଲେଖାଏଁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏଭଳି ଭାବରେ ଅଗଷ୍ଟ ୧୪ ରୁ ୧୯ ଯାଏଁ ୬ ଦିନ ଧରି ପର୍ଯ୍ୟାୟ କ୍ରମେ ପୋଷାକ ବଣ୍ଟନ କରାଯାଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଡାଳୁଅ ସୂଚନା ଦେଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.