ଆମେ ଓଡ଼ିଆ ଭାରି ବଢିଆ ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

କଟକ: ‘ଆମେ ଓଡ଼ିଆ ଭାରି ବଢିଆ’ ପରିବାର ତରଫରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆବଶ୍ୟକତା ଅନୁଭବ କରୁଥିବା ବ୍ୟକ୍ତିମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। କଟକ ଜିଲ୍ଲା ରତାଗଡା ଭାନୁଙ୍କା ସାହିର ୬୦ ଗୋଟି ଅସହାୟ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ଓ ସେମାନେ ଉପକୃତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଆମେ ଓଡ଼ିଆ ଭାରି ବଢିଆ ପରିବାର ଅଧ୍ୟକ୍ଷ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ, ପରିଚାଳକ ଅମିତ କୁମାର ଗୋଛାୟତ, ପ୍ରଶାନ୍ତ କୁମାର ପ୍ରହରାଜ, ସଂଯୋଜକ ସତ୍ୟବ୍ରତ ସାହୁ, ସଦସ୍ୟ ଦୀପକ ସାହୁ , ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ , ରଜନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ “ଭୋକିଲା ପେଟ କୁ ଦାନା ଟିଏ” ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.