ରେଖପୁରଠାରେ ଗାନ୍ଧୀ ଜୟନ୍ତୀ ପାଳନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରେଖପୁର ଗ୍ରାମ ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ନର୍ଲା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ବାସନ୍ତି ହରିଜନଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ଦେବକୀ କୁମାର, ଶିବଶକ୍ତି ମହିଳା କମିଟି ସଭାପତି ଶିବାନୀ ସାଗର ମଞ୍ଚାସୀନ ଥିବାବେଳେ ବେଦାନ୍ତ ଏଚ୍‌ଏଲ୍‌ପିପିଟି ନନ୍ଦଘର କ୍ଲଷ୍ଟର କୋଡ଼ିନେଟର୍‌ ଅରୁଣ କୁମାର ପ୍ରଧାନୀ କାର୍ଯକ୍ରମ ପରିଚାଳନା କରିଥିଲେ। 

ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ, ଧୂପ ଦେଇ କାର୍ଯକ୍ରମର ଶୁଭାରମ୍ଭ କରା ଯାଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ସ୍ୱରାଜ ଚିନ୍ତନ, ନିତୀ ଅନୁସରଣ ଉପରେ ସମସ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ନନ୍ଦଘର ସମ୍ମୁଖରେ ସ୍ୱଛ ଭାରତ କାର୍ଯକ୍ରମ କରା ଯାଇଥିଲା।


ଏଥିରେ କିଶୋରୀ ବାଳିକା ସଂଘର ଦିବ୍ୟଜୋତି ବାଗ, ତୃପ୍ତି ବାଗ, ଭାଗ୍ୟଶ୍ରୀ ବାଗ, ନିକିତା ଦୀପ, ନିରୁପମା ଦୀପ, ରୋଜୀ ଦୀପ, ଦିପିକା ଦୀପ ସହଯୋଗ କରିଥିଲେ। ଏବଂ ସହାୟିକା ସେବତୀ ନାଏକ, ସଂଯୁକ୍ତା ଦୀପ, ବାଲ ଦୀପ, ଜୟନ୍ତୀ ବାଗ, ଇନ୍ଦୁ ବାଗ, ଅନୁପ ହରିପାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଦେବକୀ କୁମାର ଧନ୍ୟବାଦ ଅର୍ପଣ କରି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.