ବୌଦ୍ଧ: ବୌଦ୍ଧ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ବିଦ୍ୟାଦାତା ଆଧ୍ୟାତ୍ମିକ ପରିବାର ପକ୍ଷରୁ “ବିଦ୍ୟାର ଆହ୍ୱାନ” ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଓ ସମ୍ପାଦକ ନିବାସ ନାୟକ ଏବଂ ମୁଖ୍ୟ ସଭାପତି ମୀରାବାଇ ପାଣିଗ୍ରାହୀ ଯୋଗଦେଇ ପ୍ରାୟ ୮ ଜଣ ଶ୍ରେଷ୍ଠ ସାରସ୍ୱତ ସ୍ରଷ୍ଟାଙ୍କ ଭାଷା ସାହିତ୍ୟ ଲେଖା ଉଚ୍ଚକୋଟୀର ହେବା ନେଇ ବହୁ ପ୍ରଶଂସା କରିବା ସହ ଏହି ସାରସ୍ୱତ ପ୍ରତିଭାଧାରୀଙ୍କୁ ମାନପତ୍ର ତଥା ପ୍ରଶଂସା ପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି ସାରସ୍ୱତ ସ୍ରଷ୍ଟାଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ଅନ୍ତର୍ଯ୍ୟାମୀ ସାହୁ, ସୁନ୍ଦରଗଡ଼ରୁ ଚନ୍ଦନ ଶେଖର ଦେଓ, କୋରାପୁଟରୁ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଗଞ୍ଜାମରୁ ବୁଲୁ ବିଷୋୟୀ, ଯାଜପୁରରୁ ଅଙ୍କିତ କୁମାର ସ୍ୱାଇଁ, ଜଗଦୀଶ ଶତପଥୀ, କଟକରୁ ସନ୍ତୋଷ କୁମାର ପଣ୍ଡା, ଅଶୋକ କୁମାର ନାୟକ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ।