ଗୋପବନ୍ଧୁ ସେବା ସମିତି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଜିଲ୍ଲାର ପ୍ରତିଷ୍ଠିତ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସମିତି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେବା ସମିତିର ସଭାପତି ଭବାନୀ ଶଙ୍କର ମିଶ୍ର, ସଦସ୍ୟ ପ୍ରହ୍ଲାଦ ସାହୁ, ବି. ରାଜା ରାଓ, ମନୋଜ କୁମାର ପାଢ଼ୀ, ମନୋଜ କୁମାର ନାୟକ, ବିମଳ କୁମାର ଗୌଡ଼, ମଧୁସୂଦନ ପଟ୍ଟନାୟକ, ପି. ରବି ପ୍ରସାଦ, ସଂଜୀବ ମହାନ୍ତି, ପ୍ରଦୀପ କୁମାର ପାତ୍ର, ସୁରଜିତ ଦାସ ଗୁପ୍ତା, ରୂପେଶ ନାୟକ, ସରୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.