ରୁପ୍ରାରୋଡ ଓ ନର୍ଲାରୋଡ ଦୁର୍ଗାପୂଜା: ଆଜି ଷଷ୍ଠୀ ତିଥି, କୋଭିଡ କଟକଣା ମଧ୍ୟରେ ଚାଲିଛି ମା’ଙ୍କ ଆରାଧନା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡ ଓ ନର୍ଲାରୋଡରେ ଶାରଦୀୟ ଦୁର୍ଗାପୂଜା କୋଭିଡ କଟକଣା ମଧ୍ୟରେ ଚାଲିଛି। ନବରାତ୍ରୀର ଆଜି ଷଷ୍ଠୀ ତିଥି ଥିବାବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବୀଙ୍କ ପୂଜା କାର୍ଯ୍ୟ ଚାଲିଛି। ତେବେ ଏବର୍ଷ ମହାମାରୀ କରୋନା ଜନିତ କଟକଣା ଯୋଗୁଁ ପାର୍ବଣ ଫିକା ପଡିଯାଇଛି। ଧାର୍ମିକ, ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିରୁ ଉଭୟ ନର୍ଲାରୋଡ ଏବଂ ରୁପ୍ରାରୋଡ ଦୁର୍ଗାପୂଜା ନିଜ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରନ୍ତି। ତେବେ କରୋନା ଗାଇଡଲାଇନ କାରଣରୁ ଏଥର ବେଶ ଆଡମ୍ବର କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ନାହିଁ। ଏବର୍ଷ ଚାରି ଫୁଟ ମୂର୍ତ୍ତିରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା। ରୁପ୍ରାରୋଡ ଦୁର୍ଗାପୂଜାରେ ଅଜିତ କୁମାର ଅଗ୍ରୱାଲ (ଛୋଟୁ) କର୍ତ୍ତା ଏବଂ ସୁରେନ୍ଦ୍ର ନାଥ ଶର୍ମା ମୁଖ୍ୟ ପୂଜକ ଭାବେ ଦାଇତ୍ୱ ନିର୍ବାହ କରୁଛନ୍ତି।

ରୁପ୍ରାରୋଡ ଦୁର୍ଗାପୂଜା କମିଟି ସଭାପତି ମୋହନ ଲାଲ କମାନୀ ଥିବାବେଳେ ରତନ ଲାଲ ଅଗ୍ରୱାଲ, ଦୀନରାଜ ଅଗ୍ରୱାଲ, ମନୋଜ ମହାନ୍ତି, ଅମିତ ଶର୍ମା, ଦୁର୍ଗା ପ୍ରସାଦ ମହାନ୍ତି (ମୁନ୍ନା), ଅଶୋକ କମାନୀ, ଧୀରେନ୍ଦ୍ର ଖେତାନ, ଗଣେଶ ରାମ ଖେତାନ, ଆନନ୍ଦ ଅଗ୍ରୱାଲ, ନିରୋଜ ଶର୍ମା, ଧିରେନ୍ଦ୍ର ଖେତାନ, କୈଳାଶ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ବିଜୟ ଅଗ୍ରୱାଲ ପ୍ରମୁଖଙ୍କ ସହ ରୁପ୍ରାରୋଡବାସୀ ସହଯୋଗ କରୁଛନ୍ତି। ସେହିପରି ଭାବେ ନର୍ଲାରୋଡ ନବରାତ୍ରୀ ଦୁର୍ଗାପୂଜାରେ କର୍ତ୍ତା ଭାବେ ଜହରଲାଲ ବିଶ୍ବାଳ ସପତ୍ନୀକ ଦାଇତ୍ୱ ନିର୍ବାହ କରୁଛନ୍ତି। ସରକାରଙ୍କ କୋଭିଡ ନିୟମ ଅନୁସାରେ ଏହା ପରିଚାଳିତ ହେଉଥିବା ପ୍ରକାଶ କରିଛନ୍ତି ନର୍ଲାରୋଡ ଦୁର୍ଗାପୂଜା କମିଟି ସଭାପତି ହମେଶ ଜୈନ, ଉପସଭାପତି ବିମଳ କୁମାର କେଡିଆ ଓ ସଂପାଦକ ରାଜା ପରିଡ଼ା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.