ମାଣିକେଶ୍ବରୀଙ୍କ ଆଦି ଶକ୍ତି ପୀଠ ଥୁଆମୁଳ ରାମପୁର ଠାରେ ଛତର ଯାତ୍ରା ଓ ଦଶହରା ପର୍ବ

ଥୁଆମୂଳ ରାମପୁର, (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ମା’ ମାଣିକେଶ୍ବରୀଙ୍କ ଆଦି ଶକ୍ତି ପୀଠ ଠାରେ ଛତର ଯାତ୍ରା ଓ ଦଶହରା ପର୍ବ ସଂପନ୍ନ ହୋଇଯାଇଛି। ପାରମ୍ପରା ଅନୁକ୍ରମେ ଅଶ୍ବିନୀ ସପ୍ତମୀ ସଂନ୍ଧ୍ୟାରେ ପୋଢ ବଳି ସହ ରାତ୍ରୀ କାଳୀନ ପୂଜା ସମାପନ ହୋଇଥିଲା।ଅଷ୍ଟମୀ ଦିନ ବଡି ଭୋରରୁ ଜେନାଖାଲ ଅଭିମୁଖେ ମାଁ’ଙ୍କ ଛତର ଯାଇଥିଲେ, ସେଠାରେ ବିଧି ବୁତାବକ ଗୁପ୍ତ ପୂଜାର୍ଚ୍ଚନା ଶେଷ ହେବା ପରେ ଛତର ମନ୍ଦିର ଅଭିମୁଖେ ପ୍ରତ୍ଯାବର୍ତ୍ତନ କରିଥିଲେ।


ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ପୂଜକ ଓ ସେବାୟତମାନଙ୍କ ଦ୍ବାରା ମା’ ମାଣିକେଶ୍ବରୀଙ୍କ ଛତର ଓ ଦଶହରା ପର୍ବ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି। ତେବେ କୋଭିଡ୍ ମାଡରେ ଆଗଭଳି ମାଁ’ଙ୍କ ପୀଠରେ ଜନସମାଗମ ହୋଇପାରିନଥିଲା। ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଦେଖିବା ପାଇଁ ପୂର୍ବରୁ ପ୍ରବଳ ଜନସମାଗମ ହେଉଥିଲା କିନ୍ତୁ ଏବର୍ଷ କୋଭିଡ କଟକଣା ଯୋଗୁଁ ବିଶେଷ ଭାବରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିପାରିନଥିଲେ।


ମା’ ମାଣିକେଶ୍ଵରୀଙ୍କ ଯାତ୍ରାରେ ଯେଉଁମାନେ ବି ସାମିଲ ହୋଇଥିଲେ ସେମାନେ ଆଦ୍ଯା ଶକ୍ତି, ଶକ୍ତି ସ୍ବରୂପିଣୀ, ମାଁ ଭଗବତୀ, ଦୁର୍ଗତି ନାଶିନୀ ଦୁର୍ଗା ସ୍ବରୂପିଣୀ ମାଁ’ ମାଣିକେଶ୍ବରୀଙ୍କ ଆର୍ଶୀବାଦ ଓ ସୁକଲ୍ଯାଣ ଲାଭ କରି ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.