ପରିବାର ପରିବେଶ ଓ ଗଣତନ୍ତ୍ର ବିପନ୍ନ ହେବାରେ ଲାଗିଛି -ବାବା ବଳିଆ

● ରାୟଗଡାରେ ବିଶିଷ୍ଠ ସନ୍ଥ ପୂଜ୍ୟପୂଜକ ବାବା ବଳିଆଙ୍କ ହରିକଥାମୃତ କାର୍ଯ୍ୟକ୍ରମ

ରାୟଗଡା, (ଶିବ ନାରାୟଣ ଗୈାଡ): ଜଗତସିଂହପୁର ଜିଲ୍ଳା ଅରିଲୋ ସ୍ଥିତ ଶିଶୁ ଅନନ୍ତ ଆଶ୍ରମର ବିଶିଷ୍ଠ ସନ୍ଥ ପୂଜ୍ୟପୂଜକ ବାବା ବଳିଆ ଦୁଇ ଦିନିଆ ରାୟଗଡା ଗସ୍ତ କରିଛନ୍ତି । ଆଜି ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଂଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଜନମାନସଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ ଦେଇଛନ୍ତି । ବର୍ତମାନ ସମାଜରେ ପରିବାର, ପରିବେଶ ଓ ଗଣତନ୍ତ୍ର ଆଦି ତିନୋଟି ମୁଖ୍ୟ ବିଷୟ ବିପନ୍ନ ହେବାରେ ଲାଗିଛି ବୋଲି ସେ କହିଥିଲେ । ପରିବାରରେ ବୃଦ୍ଧ ପିତାମାତାଙ୍କୁ ସନ୍ତାନମାନେ ଅଣଦେଖା କରିବା ସହ ଆନ୍ତରିକତାର ସମ୍ମାନ ପ୍ରଦାନ କରୁ ନାହାନ୍ତି । ବିଜ୍ଞାନ ବହୁତ ଅଗ୍ରଗତି କରିଥିବା ଯୋଗୁଁ ପୂର୍ବପରି ବିବାହ ପାଇଁ ସମାଜରେ ଜାତକ ମେଳକ ପରିବର୍ତେ ରକ୍ତ ମେଳକ କରାଯିବା ଦ୍ୱାରା ଏକ ସୁଖ ସ୍ୱାସ୍ଥ୍ୟକର ବିବାହିତ ଜୀବନ ଦମ୍ପତିମାନେ ବିତାଇ ପାରିବେ ବୋଲି ବାବା ବଳିଆ କହିଥିଲେ ।

Omkar Vasthu
Omkar Vasthu


ସେହିପରି ରାଜ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ସକ୍ରିୟ ରହିଥିଲେ ମଧ୍ୟ ପ୍ରାକୃତିକ ବନ ନଷ୍ଟ ହେବାରେ ଲାଗିଛି ତେଣୁ ସମସ୍ତେ ଏଥିପ୍ରତି ସଜାଗ ହୋଇ ପ୍ରାକୃତିକ ବଣକୁ ସୁରକ୍ଷା ଦେଇ ପରିବେଶକୁ ସ୍ୱଚ୍ଛ ରଖିବାରେ ସହାୟକ ହେବା ଆବଶ୍ୟକ ବୋଲି କହିବା ସହ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ଗଣତନ୍ତ୍ର ଏବେ ରାଜତନ୍ତ୍ର ପାଲଟି ଯାଇଛି । ସେହିପରି ପ୍ରଶାସନ ସମ୍ମୁଖରେ ଧର୍ମାନ୍ତିକରଣ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବାର ସମୟ ଆସିଛି ବୋଲି କହିଥିଲେ । ବିଶେଷ କରି ଦେଶର ଭବିଷ୍ୟତମାନେ ନିଶାଦ୍ରବ୍ୟ ପ୍ରତି ଆକୃଷ୍ଟ ହେଉଥିବାରୁ ଯୁବପିଢୀଙ୍କ ଭବିଷ୍ୟତ ସଙ୍କଟରେ ପଡିଛି । ସରକାର ରାଜସ୍ୱ ନାମରେ ମଦ ଦୋକାନଗୁଡିକୁ ପଂଚାୟତ ଠାରୁ ଆରମ୍ଭ କରି ପୈାରାଂଚଳର ସମସ୍ତ ସାହିଗଳିରେ ଖୋଲିବା ପାଇଁ ଅନୁମତି ପ୍ରଦାନ କରୁଥିବାରୁ ଯୁବପିଢୀ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି ବୋଲି ବାବା ବଳିଆ ପ୍ରକାଶ କରିଥିଲେ । ଗତକାଲି ଅନନ୍ତ ବଳିଆ ସେବା ସଂଘ ରାୟଗଡା ଦ୍ୱାରା ସ୍ଥାନୀୟ ଲାୟନ୍ସ କ୍ଳବ ଠାରେ ବାବା ବଳିଆ “ହରିକଥାମୃତ” ଉପରେ ଭକ୍ତମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାବା ବଳିଆଙ୍କ ପରମ ଶିଷ୍ୟ ତଥା ରାୟଗଡାର ଅତିରିିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ବାବା ବଳିଆଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଶ୍ରୋତାମଣ୍ଡଳୀ ଉପସ୍ଥତ ରହି ବାବା ବଳିଆଙ୍କ ଏହି କାର୍ଯ୍ୟକ୍ରମରେ ରାୟଗଡା ସେବା ସଂଘର ରବି ନାରାୟଣ ରଥ, ସୂର୍ଯ୍ୟକାନ୍ତ ଷଡଙ୍ଗୀ, ଶିବ ନାରାୟଣ ଗଉଡ, ଅରୁଣ ଲେଙ୍କା, ଅରୁଣ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.