ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଅକାଳ ବିୟୋଗ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଅକାଳ ବିୟୋଗ ଘଟିଛି। କିଛିଦିନ ତଳେ ସେ ବ୍ରେନ୍ ହେମରେଜ୍ ଯୋଗୁଁ ବେହୋସ୍ ହୋଇଯିବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଥିରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଜଣେ ନିର୍ଭିକ ଓ ନିଷ୍ପକ୍ଷ ସାମ୍ବାଦିକ ଭାବରେ ଶ୍ରୀ ଅସଲମ କଳାହାଣ୍ଡିର କୋଣ ଅନୁକୋଣରେ ସୁପରିଚିତ ଥିଲେ। ଅସହାୟ ଜନତାଙ୍କ ସ୍ବରକୁ ନିଜ ଖବର ମାଧ୍ୟମରେ ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ସେ ଅହରହ ସଂଗ୍ରାମରତ ଥିଲା। ପ୍ରମେୟ ନ୍ୟୁଜ-୭ ଆରମ୍ଭ ଦିନରୁ ସେ ଏହାର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.