ନର୍ଲାରେ ଧାନ ମଣ୍ଡି ଉଦଘାଟିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାରେ ମଣ୍ଡି ଓ ଉପମଣ୍ଡି ମିଶି ୧୭ ଗୋଟି ମଣ୍ଡି ଚାଲୁଥିବା ବେଳେ ଗତକାଲି ରୁପ୍ରାରୋଡ଼ ମଣ୍ଡି ଉଦ୍ଘାଟିତ ହୋଇ ସାରିଛି । ଆଜି ନର୍ଲା ସଦର ମହକୁମାର ମଣ୍ଡି ସକାଳ ୧୦ ଘଣ୍ଟା ସମୟରେ ନର୍ଲା ପେକ୍ସ ଅଧୀନରେ ଚାଲୁଥିବା ନର୍ଲା ମଣ୍ଡି ଆଜି ଉଦ୍ଘାଟନ କରାଯାଇଛି। ନର୍ଲା ପେକ୍ସ ସମ୍ପାଦକ ବୃନ୍ଦାବନ ବାରିକଙ୍କ ନେତୃତ୍ୱରେ ନର୍ଲା ପେକ୍ସ କର୍ମଚାରୀ ଲବକାନ୍ତ ସା, ନର୍ଲା ଗ୍ରାମ୍ୟ କୃଷି କର୍ମଚାରୀ ମୀନତି ରଣା, ନର୍ଲାରୋଡ଼ କଂହେଇୟା ଧାନମିଲ ମାଲିକ ବିମଲ କୁମାର କେଡ଼ିଆ, ବୁଢ଼ୀପଦର ରାମନୁଜ ଏଗ୍ରୋ ଧାନମିଲର ଏଜେଣ୍ଟ ଜଗନ୍ନାଥ ଗଉଡ଼ ତଥା ନର୍ଲା ଅଞ୍ଚଳର ଚାଷୀ ଉପସ୍ଥିତ ଥିଲେ। ଆଜି ଉଦ୍ଘାଟନୀ ଦିବସରେ ୩୦୦ କ୍ୱିଣ୍ଟାଳ ଧାନ ମଣ୍ଡିକୁ ବିକ୍ରୟ ପାଇଁ ଆସିଥିବା ଜଣାପଡିଛି। ନର୍ଲା ଅଞ୍ଚଳରେ ଚଳିତ ବର୍ଷ ମରୁଡି ପରିସ୍ଥିତି ରହିଥିବା ବେଳେ ଧାନ ବିକ୍ରୟ ବହୁତ କମ ରହିବାର ଆଶଙ୍କା ରହିଛି। ଏଣୁ ଆଗକୁ ଦେଖାଯାଉ ଚାଷୀ କେତେ ଧାନ ବିକ୍ରୟ କରୁଛନ୍ତି ଦେଖିବା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.