ନିର୍ମାଣ ଓ ଅଣସଂଗଠିତ ଶ୍ରମିକଙ୍କୁ ସହାୟତା ପ୍ରଦାନ ପାଇଁ ଦାବି

ରାୟଗଡା, (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ତରଫରୁ ରାଜ୍ୟ ବ୍ୟାପି ଜିଲ୍ଳା ଶ୍ରମ ଅଧିକାରୀଙ୍କ ଜରିଆରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ୧୦ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ କମିଶନର ଓ ଅଧ୍ୟକ୍ଷ କଲ୍ୟାଣ ବୋର୍ଡଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ଅବସରରେ ଆଜି ରାୟଗଡା ଜିଲ୍ଳା ଶାଖା ସଂଘ ତରଫରୁ ମଧ୍ୟ ଅତିରିକ୍ତ ଜିଲ୍ଳା ଶ୍ରମ ଅଧିକାରୀ ଛୋଟରାଏ ଟୁଡୁ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମହାମାରୀ କରୋନା ସମୟରେ ନିର୍ମାଣ ଓ ଅଣସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୫ହଜାର ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରିବା, ପଂଜୀକୃତ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରି ସରକାର ଘୋଷଣା କରିଥିବା ୧୫୦୦ଟଙ୍କା ପ୍ରଦାନ କରିବା, ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ କରିବା, ବର୍ଷ ବର୍ଷ ଧରି ପଡି ରହିଥିବା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ପ୍ରଦାନ କରିବା, ପଂଜୀକୃତ ନିର୍ମାଣ ଶ୍ରମିକଙ୍କ ଶ୍ରମ କାର୍ଡ ନବୀକରଣ କରିବା, ୬୦ବର୍ଷ ବୟସସୀମା ହଟାଯାଇ ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା ପ୍ରଦାନ କରିବା ଓ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ପ୍ରାପ୍ତ ନିର୍ମାଣ ଶ୍ରମିକଙ୍କୁ ପ୍ରମାଣ ପତ୍ର ସହ ୧୫ଦିନର ପ୍ରାପ୍ୟ ୩ହଜାର ଟଙ୍କା ତରୁନ୍ତ ପ୍ରଦାନ କରିବା, ସମସ୍ତ ବ୍ଳକଗୁଡିକରେ ଶ୍ରମ କାର୍ଯ୍ୟାଳୟ ଖୋଲିବା ଏବଂ ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି ଦେବା, ଶ୍ରମ କାର୍ଯ୍ୟାଳୟକୁ ଆସୁଥିବା ଶ୍ରମିକଙ୍କ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା କରିବା ଆଦି ଅନ୍ୟାନ୍ୟ ଦାବି ଉଲ୍ଳେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଜଦୁର ସଂଘ ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା, ରାୟଗଡା ଜିଲ୍ଳା ସଂପାଦକ ଖଗେଶ୍ୱର ସିଂ, କୋଷାଧ୍ୟକ୍ଷ ଧନେଶ୍ୱର କଂଟାବଂଶ, ଜିଲ୍ଳା ଉପସଭାପତି ସୁନ୍ଦର ରାଓ କାଡ୍ରକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.