ଭାନପୁର ଧାନମଣ୍ଡି ଉଦ୍ଘାଟିତ: ମା ମହାଲକ୍ଷ୍ମୀସ୍ୱୟଂ ସହାୟକ ଗୋଷ୍ଠୀ କିଣିବେ ଧାନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ଭାନପୁର ଧାନ ମଣ୍ଡିକୁ ଉଦ୍ଘାଟନ କରିଛନ୍ତି ଭାନପୁର ସରପଞ୍ଚ ଧିରଜ ପଧାନ। ଗତ ଦୁଇ ବର୍ଷ ହୋଇଗଲା ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଜରିଆରେ ଧାନ କିଣୁଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ହୀନ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ଯୋଗୁଁ ଧାନ ମଣ୍ଡିରେ ବହୁତ କମ ଧାନ ବିକ୍ରୟ ହେବାକୁ ରହିଥିବା ବେଳେ ଅନ୍ୟ ଚାଷୀଙ୍କ ଜମି କାଗଜ ପତ୍ର ନେଇ ଦଲାଲ ଧାନ ବିକିବାକୁ ଆଣିଲେ ଏହାକୁ ଚାଷୀ କମିଟି ତରଫରୁ ବିରୋଧ କରାଯିବ ବୋଲି ସରପଞ୍ଚ ଶ୍ରୀ ପଧାନ କହିଥିବା ବେଳେ ଉପସ୍ଥିତ ଚାଷୀମାନେ ମଧ୍ୟ ଏଥିରେ ଏକମତ ହୋଇଥିଲେ ।


ଏହିକ୍ରମରେ ଭାନପୁର ପ୍ୟାକ୍ସରେ ମଧ୍ୟ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ଧାନ କିଣୁଛନ୍ତି । ଆଜି (ମଙ୍ଗଳବାର) ଦିବା ୧୦ ଘଣ୍ଟା ସମୟରେ ଭାନପୁର ପେକ୍ସ ପରିସରରେ ଥିବା ଧାନ ମଣ୍ଡିକୁ ଭାନପୁର ସରପଞ୍ଚ ଧିରଜ ପଧାନ ମହାଲକ୍ଷ୍ମୀ ଫଟୋଚିତ୍ର, ଓଜନ ମେସିନ ଓ ଧାନବସ୍ତାରେ ଧୂପ, ଦୀପ ଦେଇ ନାରୀକେଳ ଭାଙ୍ଗି ପୂଜାର୍ଚ୍ଚନା କରି ଧାନମଣ୍ଡି ଉଦ୍ଘାଟନ କରିଥିଲେ । ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଭାନପୁର ନେତୃତ୍ୱରେ କୋଭିଡ କଟକଣା ମଧ୍ୟରେ ଅଳ୍ପ ସଂଖ୍ୟକ କର୍ମଚାରୀ ଓ ଚାଷୀଙ୍କୁ ନେଇ ଭାନପୁର ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି ।


ଅନ୍ୟମାନଙ୍କ ମଧ୍ୟରେ ପେକ୍ସ ସଂପାଦକ ସୁଧୀର ନାଏକ, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ପୂର୍ବତନ ସମିତି ସଦସ୍ୟ ତପନ ପଧାନ, ଆରଏମସି ଷ୍ଟାଫ୍ ଦ୍ବିତୀକୃଷ୍ଣ ନାଗ, ଭାନ ପେକ୍ସ ସମ୍ପାଦକ ସୁଧୀର ନାଏକ, ନର୍ଲାରୋଡ଼ କହ୍ନେଇୟା ଏଗ୍ରୋ ଧାନ ମିଲର ଏଜେଣ୍ଟ ବଳବନ୍ତ ବିଶ୍ୱାଳ, ଚାଷୀ ମାନଙ୍କ ମଧ୍ୟରେ ଜଗୁଲାଲ ପଧାନ, ଶ୍ରୀବତ୍ସ ସେନାପତି ତଥା ଅନ୍ୟାନ୍ୟ ଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାପତି ଶ୍ରୀମତୀ ସୁନୀତା ବେହେରା ଓ ସମ୍ପାଦିକା ଶ୍ରୀମତୀ ଧର୍ମିଷ୍ଟା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.