ନାରୀ ଚେତନା ଜାଗରଣ ଓ ୧୦୮ ଦୀପଯଜ୍ଞ

କେସିଙ୍ଗା, (ମଧୂସୁଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ କାଣ୍ଡେଲ ଠାରେ ନାରୀ ଜାଗରଣ ଓ ୧୦୮ ଦୀପଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠା ମହିଳା ବିନୋଦିନୀ ସାହୁ ସ୍ଵାଗତ ଅଭିଭାଷଣ ରଖିଥିବାବେଳେ ଶାନ୍ତକୁଞ୍ଜରୁ ଆସିଥିବା ସରିତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନାରୀ ଜାଗରଣ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ଭାବେ କେସିଙ୍ଗା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ପ୍ରଦୀପ ପ୍ରଜ୍ବଳନ କରି‌ ନାରୀ ଚେତନା ଜଗରଣ ସମାରୋହର ଶୁଭାରମ୍ଭ କରିଥିଲେ । ନୂତନ ବର୍ଷ ୨୦୨୨ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦଉ ବୋଲି ଅତିଥିମାନେ ମାଁ ଗାୟତ୍ରୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡ କରିଥିବାବେଳେ ଗାୟତ୍ରୀ ପରିବାର ସଦସ୍ୟା ଜୈତିର୍ମୟୀ ଖେମକା, ବ୍ଳକ ସଂଯୋଜକ ଗଜେନ୍ଦ୍ର ନାଏକ, କାଞ୍ଚନ ବାଗ, ଭୁବନେଶ୍ୱର ସାହୁ, ପ୍ରଫୁଲ୍ଲ ନାୟକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ସେହିଭଳି ବାଦ୍ୟଯନ୍ତ୍ରରେ କମ୍ବୁପାଣି ବାଗ, ଭୁତେଶ, ପୁଲକ, ରଶ୍ମିରଞ୍ଜନ ସାହୁ, ମୁଖ୍ୟରାଜ ବାଗ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.