ନୂଆପଡା: ପୂରଣ ହେଲା ବହୁ ଦିନର ଦାବୀ। ନୂଆପଡାରୁ ବରଗଡ଼ ଜିଲ୍ଲାକୁ ଦୀର୍ଘ ୧୪୨ କିମି ରେଳପଥ ନିର୍ମାଣକୁ ଅନେକ ସାମାଜିକ, ରାଜନୈତିକ ଦଳ ଓ ସ୍ଥାନୀୟ ଅଂଚଳ ବାସୀ ଦାବୀ କରି ଆସି ଥିଲେ। କିନ୍ତୁ ବିଭିନ୍ନ ସମୟ ରେ ଏହି ପ୍ରସ୍ତାବ ର ଅନୁମୋଦିତ ହୋଇ ପାରୁ ନ ଥିଲା। ତେବେ ଏହି ଦୀର୍ଘ ଦିନ ର ସମସ୍ୟା ର ସମାଧାନ ହୋଇଛି।
କେନ୍ଦ୍ର ସରକାର ଏହି ପ୍ରସ୍ତାବରେ ମୋହର ମାରିଛନ୍ତି। ଏହି ରେଳପଥ ଦ୍ୱାରା ନୂଆପଡା, ପାଇକମାଲ, ପଦ୍ମପୁର, ସୋହେଲା ଅଂଚଳର ଲୋକେ ବିଶେଷ ଭାବେ ଲାଭବାନ ହେବେ। ଗତକାଲି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏ ନେଇ ସୂଚନା ଦେଇଛନ୍ତି।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in