ସାହିତ୍ୟିକ କବି ବନ୍ଧୁ ପରିବାରର ସାହିତ୍ୟ ଆସର ‘ଶବ୍ଦରେ ଶବ୍ଦରେ ତୁମ ପାଇଁ’

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ପରିଚିତ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ର ନିରନ୍ତର ଚାଲି ଆସୁଥିବା ଭର୍ଚୁଆଲ ଆସର ରବିବାର ଅପରାହ୍ନ ୫ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଜିଲ୍ଲାର ସୁସାହିତ୍ୟିକ ତଥା ବାଗ୍ମୀ ଶ୍ରୀଯୁକ୍ତ ରାହାସ ବିହାରୀ ନାୟକ ମୁଖ୍ୟ ଅତିଥି ଆସନ ଅଳଙ୍କୃତ ଇଂରାଜୀ ନବବର୍ଷର ପ୍ରଥମ ରବିବାସରୀୟ ଭର୍ଚୁଆଲ ଆସରକୁ ସମସ୍ତ ସ୍ରଷ୍ଟା ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସାହିତ୍ୟ ତଥା କବିତାର ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu


ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ବରିଷ୍ଠ ଉପଦେଷ୍ଟା ବିପିନ ବିହାରୀ ବାରିକଙ୍କର ଓମକାର ନାଦ ସହ ସ୍ଵାଗତ ସଙ୍ଗୀତ ଓ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଉପସ୍ଥାପନ କରି ସମ୍ପାଦନ କରିଥିଲେ ଉପସ୍ଥାପକ ରଞ୍ଜନ କୁମାର ମହାନ୍ତି । ସଭାପତି ସମ୍ଭାଷଣ ରଖିଥିଲେ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଭାସୀ କାର୍ଯ୍ୟକ୍ରମର ସଂଚାଳନରେ ଥିଲେ ହୃଦୟ ରଞ୍ଜନ ପରିଡ଼ା। ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ଉପସ୍ଥାପକ ହୃଦୟ ରଞ୍ଜନ ଏବଂ ଶାନ୍ତିପାଠ କରିଥିଲେ ରଞ୍ଜନ କୁମାର ମହାନ୍ତି । ଉକ୍ତ ଆସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୪୨ ରୁ ଉର୍ଦ୍ଧ୍ବ ବାଗ୍ମୀ ସ୍ରଷ୍ଟା ନିଜର ସ୍ଵରଚିତ କବିତା ପାଠକରି ଇଂରାଜୀ ନବବର୍ଷର ଶୁଭେଚ୍ଛା ଶୁଭାଭିନନ୍ଦନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.