ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ ନାନ୍ଦୋଲର ୧୯୯୬ ମାଟ୍ରିକ ବ୍ୟାଚ ବନ୍ଧୁମିଳନ କାର୍ଯ୍ୟକ୍ରମ

କଳାହାଣ୍ଡି : ଜୟଦୁର୍ଗା ଉଚ୍ଚବିଦ୍ୟାଳୟ ନାନ୍ଦୋଲର ୧୯୯୬ ମାଟ୍ରିକ ବେଚର ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରମାନେ ବିଗତ ଦିନର ସ୍ମୃତିକୁ ମନେପକାଇବା ପାଇଁ ଓ ଉଜ୍ଜୀବିତ କରିବାକୁ ଦ୍ୱିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ କେନ୍ଦୁପାଟି ସ୍ଥିତ ଆମ୍ବ ବଗିଚାରେ ଆୟୋଜନ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରାୟ ୨୫ଜଣ ପୁରାତନ ଛାତ୍ର ଯୋଗଦେଇ ହଜିଲା ଦିନର ସ୍ମୃତି ଉପସ୍ଥାପନ କରିଥିଲେ । ବନ୍ଧୁତ୍ୱ ଏକ ଅପାସୋରା ଗପମୁଣି ଓ ଏହା ଏକ ଅବିଚ୍ଛେଦ୍ୟ ଜୀବନଚର୍ଯ୍ୟାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ବନ୍ଧୁତ୍ୱରେ ନଥାଏ କୁଟକପଟ, ଧନୀଗରିବ, ଉଚ୍ଚନୀଚ, କଳାଗୋରା ବାଛ ବିଚାର ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଗାମୀ ଦିନରେ ସମସ୍ତ ବନ୍ଧୁ ଏକଜୁଟ ହୋଇ ସମାଜର ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ କରିବା ପାଇଁ ଆଜିର ବୈଠକରେ ଯୋଜନା କରିଥିଲେ । ନିକଟ ଭବିଷ୍ୟତରେ ବୃକ୍ଷ ରୋପଣ,ରକ୍ତଦାନ ଭଳି କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରାଯାଇଥିଲା । ବୈଷ୍ଣବ ମାଝୀ ଓ ସଂଜୀବ ଶତପଥୀ ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ପୂର୍ବତନ ଛାତ୍ର ଶ୍ରୀ ସୁଦାମ ସାହୁ, ଶ୍ରୀ ମଳୟ ଗଡତିଆ ଓ ସୁରେନ୍ଦ୍ର ସେଠିଙ୍କ ଆବାହକତ୍ୱରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶ୍ରୀ ବୃଷଭ ଗୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Udyog Nursery
Udyogi Nursery


ପୁରାତନ ଛାତ୍ର ବୈଷ୍ଣବ ମାଝୀ, ସଂଜୀବ ଶତପଥୀ, ଦୁର୍ଯ୍ୟୋଧନ ସାହୁ, ଡମ୍ବରୁ ସିଂହ, ବିକାଶ ଭୋଇ, ମଦନ ନିଆଲ, ଅଲେଖ ଚଣ୍ଡି, ପ୍ରଶାନ୍ତ ଚଣ୍ଡି, ସୁଧୀର ବିଶ୍ୱାଳ, ଲାବଣ୍ୟ ରଣା, ଲଳିତ ଗଡତିଆ, ଡୋଲାମଣୀ ସାହୁ, ଗୋପୀନାଥ ମାଝୀ, ସୁରେଶ ସାହୁ, ନିରଞ୍ଜନ ସୁନାନୀ, କେଶବ ଭୋଇ, ଦିଗାମ୍ବର ଭୋଇ ଓ ଅଖିଳ ସା ଯୋଗଦେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶ୍ରୀ ଅଖିଳ ସା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.