ଆଇନଜୀବୀ ମିହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ପତ୍ନୀ ବିୟୋଗ

କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ରାଜପରିବାରର ବରିଷ୍ଠ ଆଇନଜୀବୀ ତଥା ଐତିହାସିକ ମିହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ପତ୍ନୀ ବୀଣା କୁମାରୀ ସିଂହଦେଓଙ୍କ ପରଲୋକ ହେଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା । ସୂଚନା ମୁତାବକ ବୀଣା କୁମାରୀ ସିଂହଦେଓଙ୍କ ଭୁବନେଶ୍ୱରଠାରେ ଚିକିତ୍ସା ଚାଲିଥିବାବେଳେ ଗତକାଲି ତାଙ୍କର ସେଠାରେ ପରଲୋକ ହେଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ନିଖିଳେନ୍ଦ୍ର ଓ କନ୍ୟା ରାଜେଶ୍ୱରୀ ଉପସ୍ଥିତ ରହିଥିଲେ । ଭୁବନେଶ୍ୱରରୁ ଆଜି ସକାଳେ ମ.ରାମପୁରକୁ ମୃତ ଦେହ ଆଣିବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏକ୍ସପର୍ଟ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ତଥା ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଅନ୍ୟମାନେ ତାଙ୍କରି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କରି ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କରି ବିୟୋଗରେ ମ.ରାମପୁର ସମେତ କଳାହାଣ୍ଡିରେ ଶୋକର ଛାୟା ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.