ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସ୍ଥାନ ସଂରକ୍ଷଣ ଦାବିରେ କଳାହାଣ୍ଡି ବନ୍ଦ: ନର୍ଲାରେ ପ୍ରଭାବ

କଳାହାଣ୍ଡି, (ନିରଞ୍ଜନ ଗଉଡ଼): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସ୍ଥାନ ସଂରକ୍ଷଣ ଦାବିରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦେଇଛି ଆଦିବାସୀ ମହାସଂଘ । ସେହିପରି କ୍ରମରେ ନର୍ଲାରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଆଦିବାସୀ ମହାସଂଘ ନର୍ଲା ଶାଖା ପକ୍ଷରୁ ସକାଳୁ କଲେଜ ଚାରିଛକଠାରେ ରାସ୍ତା ରୋକ ହୋଇଛି । ଏହି ବନ୍ଦ ପାଳନରେ ନର୍ଲା ବ୍ଲକ ସଭାପତି ରଣଜିତ ମାଝୀ, କମଳ ମୈଦାନ ସଭାପତି ଦୁର୍ଯ୍ୟୋଧନ ମାଝୀ, କନ୍ଧ ସମାଜ ସଭାପତି ଅନ୍ତରାମ ମାଝୀ, ସମ୍ପାଦକ ଦେବରାଜ ମାଝୀ, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଯାନୀ ପ୍ରମୁଖଙ୍କ ସମେତ ବହୁ ଆଦିବାସୀ ମହିଳା ଓ ପୁରୁଷ ଉପସ୍ଥିତ ରହି ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ଆଦିବାସୀ ଙ୍କୁ ସ୍ଥାନ ସଂରକ୍ଷଣ ଦାବିକରି ଭବାନୀପାଟଣା- ନର୍ଲା -ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.