ଅଗ୍ରଣୀ ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅଗ୍ରଣୀ ସାମ୍ବାଦିକ ସଂଘ ତରଫରୁ ୨୦୨୨ ନୂତନ ବର୍ଷ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ କିଶୋର କୁମାର ନାଏକ ଓ ସାମ୍ବାଦିକ ଗଜିନ୍ଦ୍ର ସାହୁଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ ବନ୍ଧୁମିଳନ ସମାରୋହରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ସଭାପତି କମ୍ବୁପାଣି ମିଶ୍ର, ସାମ୍ବାଦିକ ହେମନ୍ତ ସାହୁ, ବିକାଶ ଖେମକା, ଅଞ୍ଜନ ରଥ, ଶିବାନନ୍ଦ ନାୟକ ପ୍ରମୁଖ ଯୋଗଦାନ କରି ଅଗ୍ରଣୀ ସାମ୍ବାଦିକ ସଂଘ କେସିଙ୍ଗାର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଜଣେ ସାମ୍ବାଦିକ କର୍ତ୍ତବ୍ୟନିଷ୍ଠ ଭାବେ କାମ କଲେ ସମାଜରେ ପ୍ରଶଂସାର ପାତ୍ର ହେବେ ବୋଲି କହିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର, କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁବାଷ ଚନ୍ଦ୍ର ବେହେରା ଓ କେସିଙ୍ଗା ଆଦର୍ଶ ଥାନାର ଆଇଆଇସି ସତ୍ୟ କୁମାର ନନ୍ଦ ଯୋଗଦାନ କରି ସମାଜରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ ।

ଅଗ୍ରଣୀ ସାମ୍ବାଦିକ ସଂଘର ସଦସ୍ୟ ଦିଲେଶ୍ଵର ମିଶ୍ର, ସୁର୍ଯ୍ୟ ନଙ୍ଗଲତି, ଦେବେନ୍ଦ୍ର ଲାଲ ନାଏକ, ବସନ୍ତ ବାନାର୍ଜୀ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଯୋଗଦାନ କରି ସାମ୍ବାଦିକଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି କେସିଙ୍ଗା ନଗର ସଭାପତି ରମେଶ ପଟ୍ଟନାୟକ, ପୁର୍ବତନ ଉପ ନଗରପାଳ ନରସିଂହ ନିଆଲ, ରମେଶ ଜେନା, ସମାଜସେବୀ ପ୍ରଶାନ୍ତ ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଧୁମିଳନର ସମସ୍ତ କାର୍ଯ୍ୟକ୍ରମକୁ ବିକ୍ରମ ନିଆଲ, ଜବାହାରଲାଲ ଆଡଜୁଆଡ, ଦେବାଶିଷ ବାଗ, କମଲ ଚିନ୍ଦା, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସାମ୍ବାଦିକ ଦିଲେଶ୍ଵର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.