ଲାଞ୍ଜିଗଡ ରୋଡ଼, ଗୋବର୍ଦ୍ଧନପୁର ଓ ମାସ୍କଗୁଡା କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ କର୍ମଶାଳା

ଲାଞ୍ଜିଗଡ଼: ଶିକ୍ଷକ ମାନଙ୍କ ମଧ୍ୟରେ କର୍ତ୍ତବ୍ୟବୋଧ, ଗୁଣାତ୍ମକ ଶିକ୍ଷା ଓ ନିଜର କର୍ତ୍ତବ୍ୟ ପ୍ରତି ସମର୍ପଣ ଭାବ ସୃଷ୍ଟି ପାଇଁ ବର୍ଷର ବିଭିନ୍ନ ସମୟରେ ଲାଞ୍ଜିଗଡ଼ ଶିକ୍ଷା ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ।ଏହି କ୍ରମରେ ଲାଞ୍ଜିଗଡ ରୋଡ଼, ଗୋବର୍ଦ୍ଧନପୁର ଓ ମାସ୍କଗୁଡା କ୍ଲଷ୍ଟର ଶିକ୍ଷକ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସଂଜୀବ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଲାଞ୍ଜିଗଡ ରୋଡ଼ ଗ୍ରାମ ପଞ୍ଚାୟତ ସମ୍ବିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (ଏଫ୍ ଏଫ୍ ଏନ୍), ପଠନ ଲିଖନ ଅଭିଯାନ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ବିଦ୍ୟାଳୟରେ କୋଭିଡ ନିୟମର ସଠିକ ପାଳନ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ଅବିନବ ଯୋଜନାକୁ ଲାଞ୍ଜିଗଡ ବ୍ଲକରେ ସଫଳ କ୍ରିୟାନ୍ଵୟନ କରିବା ପାଇଁ ଶିକ୍ଷକ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଶିକ୍ଷକ ମାନେ ଘର ଘରକୁ ଯାଇ ପିଲାଙ୍କୁ ଶିକ୍ଷା ଦେବା ପାଇଁ ଆଲୋଚନା କରାଯାଇଥିଲା। ଗୋବର୍ଦ୍ଧନପୁର ଆଞ୍ଚଳିକ ସାଧନ କେନ୍ଦ୍ରସଂଯୋଜକ ତପନ କୁମାର ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ଉପ ସଭାନେତ୍ରୀ ଅର୍ଚ୍ଚନା ମିଶ୍ର ଉପସ୍ଥିତ ରହିବା ସହ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ମୁଖ୍ୟ ଆଲୋଚକ ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା ଓ ଜିଲ୍ଲା ସାଧନ କର୍ମୀ ଜିତେନ୍ଦ୍ର କୁମାର ବିଶ୍ବାଳ ମଞ୍ଚାସିନ ଥିଲେ। ଲାଞ୍ଜିଗଡ଼ ରୋଡ଼ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ ଚନ୍ଦ୍ର ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବରିଷ୍ଠ ଶିକ୍ଷକ ତଥା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ଉପ ସଭାପତି ଦୁଃଶାସନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ସପ୍ତାହ ମଧ୍ୟରେ ବ୍ଲକ୍ର ଅନ୍ୟ ସମସ୍ତ କ୍ଲଷ୍ଟରରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବିଷୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଜୀବ କୁମାର ନାଏକ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.