କଳାହାଣ୍ଡି: ନର୍ଲା ବ୍ଲକର ରୁପ୍ରା ଗ୍ରାମପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ସୁଲୋଚନା ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କର ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସ୍ୱାମୀ ହରଦେବ ପଟ୍ଟନାୟକ, ପ୍ରସ୍ତାବକ ସୌଭାଗ୍ୟ ପଟ୍ଟନାୟକ, ଲକ୍ଷ୍ମୀ ପୁଟେଲଙ୍କ ସମେତ କିଛି ସମର୍ଥକ ଉପସ୍ଥିତ ଥିଲେ । ପୂର୍ବରୁ ଶିକ୍ଷୟିତ୍ରୀ ଭାବେ କାମ କରିସାରିଥିବା ଶ୍ରୀମତୀ ପଟ୍ଟନାୟକ ନାରୀ ଶିକ୍ଷା ଓ ନାରୀ ଜାଗରଣ ପାଇଁ ସର୍ବଦା କାମ କରିଆସୁଛନ୍ତି । ଜଣେ ଶିକ୍ଷିତ ମହିଳା ଭାବେ ତାଙ୍କର ପ୍ରତିନିଧିତ୍ୱ ପଞ୍ଚାୟତ ପାଇଁ ଏକ ଦକ୍ଷ ନେତୃତ୍ୱ ହୋଇପାରେ । ଜଣେ ଯୁବ ନେତ୍ରୀ ଭାବେ ସେ ରୁପ୍ରା ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱର ଉଠାଇବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ରୁପ୍ରାରେ ତାଙ୍କରି ଏହି ବିକାଶର ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ଦୃଢ ସମର୍ଥନ କରିବେ ବୋଲି ସେ ଖୁବ୍ ଆଶାବାଦୀ ରହିଥିବା ପ୍ରକାଶ କରିଛନ୍ତି ।