ବିଗତ ଶହେ ବର୍ଷ ମଧ୍ୟରେ କେବେହେଲେ ବିଦ୍ୟାଳୟର ବାଟ ମାଡି ନାହାଁନ୍ତି ତୁର୍କା ଗାଁର ଝିଅ

ଲାଞ୍ଜିଗଡ଼: ‘ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ’ ଏହି ଶ୍ଲୋଗାନ ଗତ କିଛି ବର୍ଷ ତଳେ ଓଡ଼ିଶାର ଜନ ମାନସରେ ଗଭୀର ପ୍ରଭାବ ପକାଇଥିଲା । ଆଜି ବି ଏହାର ମହତ୍ତ୍ଵ କମ୍ ହୋଇନାହିଁ । ତେବେ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳର ବାସ୍ତବିକ ଚିତ୍ର ଏହି ଶ୍ଲୋଗାନର କୈାଣସି ମାନେ ରଖିନଥିବା ପରିଲକ୍ଷିତ ହୋଇଛି । ମହିଳା ମାନଙ୍କୁ ଅଧିକରୁ ଅଧିକ ଶିକ୍ଷିତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହରରୁ ଗ୍ରାମାଞ୍ଚଳରେ ସରକାରୀ ସହାୟତା ଯୋଗାଇ ଦେଇ ଆସୁଛନ୍ତି । କିନ୍ତୁ ବାସ୍ତବରେ ଗ୍ରାମାଞ୍ଚଳରେ ଓ ବିଶେଷକରି ଦୁର୍ଗମ ଅଞ୍ଚଳରେ ଏସବୁ ଯୋଜନା ପହଞ୍ଚି ପାରୁନାହିଁ । ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଅନେକ ଗାଁ ଅଛି ଯେଉଠି ବିକାଶ ଅପହଞ୍ଚ ହୋଇ ରହିଛି । ସେଥି ମଧ୍ୟରୁ ଏଭଳି ଏକ ଗାଁ ହେଉଛି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତରେ ତୁର୍କା । ଯେଉଠି ଝିଅମାନେ କେବେ ବି ସ୍କୁଲ ଯାଇ ନଥିବା ଭଳି ସମସ୍ୟା ‘ଓଡିଆ ବାର୍ତ୍ତା‘ ଗ୍ରାଉଣ୍ଡ ଜିରୋ ରିପୋର୍ଟ ପରେ ସାମ୍ନାକୁ ଆସିଛି ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଯୁବା ଗାଁ ଛକ ଠାରୁ ଆବୁଡା ଖବୁଡା ଜଙ୍ଗଲିଆ ରାସ୍ତାର ଘଞ୍ଚ ଜଙ୍ଗଲ ମଧ୍ୟରେ ତିନୋଟି ପାହାଡ଼ ନାଳ ଝରଣା ଡେଇଁ ଗଲେ ଏହି ତୁର୍କା ଗାଁ  ପଡେ । ଭୂଗୋଳରେ ରାସ୍ତା ନଥିବା ଗାଁ ତୁର୍କା । ଗାଁ ବସିବାର  ଇତିମଧ୍ୟରେ ଶହେ ବର୍ଷରୁ ଉର୍ଦ୍ଧ୍ବ ହେଲାଣି । ରାଜ୍ୟ ଓ ଜିଲ୍ଲାରେ ଏହା ଭିତରେ କେତେ ଜଣ ପରିବର୍ତ୍ତନ ହୋଇ ସାରିଛି । ହେଲେ ଏବେ ବି ଆମ ରାଜ୍ୟରେ ଏମିତି  ଗାଁ ଅଛି ଯେଉଁଠି ସେଠାକାର ଏପର୍ଯ୍ୟନ୍ତ ଗୋଟିଏ ବି ଝିଅ ସରକାରୀ ସ୍କୁଲରେ ପାଦ ମାଡି ନାହାନ୍ତି । ସରକାରୀ ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଇଛି ।ହେଲେ ନିଜ ଗାଁ ଠାରୁ ୮ କିମି ଦୂର ଯୁବା ଗାଁ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତୁର୍କା ଗାଁର ଗୋଟିଏ ବି ଝିଅ ସ୍କୁଲରେ ପାଠ ପଢି ନଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ବେସରକାରୀ ସ୍ତରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଦାପ୍ତା ବ୍ଲକ ଅଞ୍ଚଳରେ କୁଟିଆ କନ୍ଧ ଓ ଝରଣୀଆ କନ୍ଧଙ୍କ ଶିକ୍ଷାର ବିକାଶ ପାଇଁ ବ୍ଳକର ବିଭିନ୍ନ ଅଞ୍ଚଳରେ ୫ ରୁ ଅଧିକ ଅସ୍ଥାୟୀ ସ୍କୁଲ ଜରିଆରେ ଆଦିମ ଜନଜାତି ବର୍ଗର ପୁଅ ଝିଅକୁ ଶିକ୍ଷା ଦାନ କରି ସେମାନଙ୍କ ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ନିଆ ଯାଉଛି ବୋଲି କଥା କହୁଛି । କିନ୍ତୁ ନିଜ ମୂଷାନାଳ ଅଫିସ ଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ ଏହି ତୁର୍କା ଗାଁ ପ୍ରତି ଦାପ୍ତା ସଂଗଠନ ର ଦୃଷ୍ଟି ନପଡିବା ସମସ୍ତଙ୍କୁ ଚକିତ କରିଛି ।ସଭିଏଁ ପଢିବେ ସଭିଏଁ ବଢ଼ିବେ ,”ଝିଅ ହେଲେ ପାଠୋଇ “ଦେଶ ଯିବ ଆଗେଇ ” ଭଳି ଅନେକ ସରକାରୀ ନାରା କିନ୍ତୁ ତୁର୍କା ଗାଁରେ ସବୁ ବିଫଳ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି । ଘଞ୍ଚ ଜଙ୍ଗଲିଆ ରାସ୍ତା ଯୋଗୁଁ  ୩୦ ଗୋଟି ପରିବାର ଥିବା ଏହି ଆଦିବାସୀ ଗାଁ ତୁର୍କାରେ ପାଠୁଆ ପିଲା କହିଲେ ବର୍ତମାନ ନବମ ଶ୍ରେଣୀରେ ପଢ଼ୁଥିବା  ଜଣେ ନବୀନ ମାଝୀ । ଏହି ଖବର ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ଭଟାଙ୍ଗପଦର କ୍ଲସ୍ଟର ସଂଯୋଜକ ଭାରତ ଭୂଷଣ ସାହୁ କିଛି ଶିକ୍ଷକଙ୍କୁ ନେଇ ତୁର୍କା ଗାଁରେ ପହଞ୍ଚି ତଦନ୍ତ କରିଥିଲେ । ତୁର୍କା ଗାଁର ଗୋଟିଏ ମଧ୍ୟ ଝିଅ ସରକାରୀ ସ୍କୁଲରେ ପାଠ ପଡିନଥିବା ପ୍ରକାଶ କରିଥିଲେ । ତେବେ କଳାହାଣ୍ଡି ଜିଲ୍ଲା ତଥା ରାଜ୍ୟରେ କିଭଳି  ସର୍ବଶିକ୍ଷା ଅଭିଯାନ ଚାଲିଛି ତାହା ସହଜରେ ଅନୁମେୟ ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.