ସରକାରୀ ସହାୟତା ସାତ ସପନ : ସାତ ଶିଶୁଙ୍କୁ ନେଇ ଦୁଃଖରେ ବିତୁଛି ସଦେ ମାଝୀର ଦିନ

ଲାଞ୍ଜିଗଡ: ସ୍ବାମୀ ଆରପାରିକୁ ଯିବାର ୭ ମାସ ବିତିଗଲାଣି କିନ୍ତୁ ବିଧବା ଭତ୍ତା କିମ୍ବା ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥର ସହଯୋଗ ମିଳିପାରିଲାନି । ଆଖିର ଲୁହ, ପେଟର ଭୋକ, ହୃଦୟର ଅସହ୍ୟ ବେଦନା ଓ ଦାରିଦ୍ର୍ୟର କଷାଘାତରେ ସାତ ଶିଶୁଙ୍କୁ ନେଇ ଚାଲିଛି ଜୀବନ ଯାତ୍ରା । ଆମେ କହୁଛୁ ସଦେ ମାଝୀଙ୍କ କଥା । ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତର ଡାହାଣି ପଦର ଗାଁର ସ୍ବର୍ଗତ ସାଗୁ ମାଝୀଙ୍କ ବିଧବା ସ୍ତ୍ରୀ ହେଉଛନ୍ତି ସାଥେ ମାଝୀ । ମାତ୍ର ୨୮ ବର୍ଷ ବୟସରେ ସ୍ବାମୀଙ୍କୁ ହରାଇ ପୁରା ଭାଙ୍ଗି ପଡିଥିଲେ ସଦେ । ଏପଟେ ସାତୋଟି କୁନୀ କୁନୀ ଶିଶୁଙ୍କ କରୁଣ ମୁହଁ । ସେମାନଙ୍କ ମୁହଁରେ ଆହାର ଦେବାକୁ ଘରେ କିଛି ନାହିଁ । ଦିନ ମଜୁରିଆ ସ୍ବାମୀଙ୍କ ସଞ୍ଚିତ କିମ୍ବା ସ୍ଥାବର ଆସ୍ଥାବର ସମ୍ପତ୍ତି କିଛି ନଥିଲା । ଆହା ସାହା ହେବାକୁ ମଧ୍ୟ କେହି ନାହିଁ । ମାଟି, ଝାଟି ଘରେ ସାତ ଶିଶୁଙ୍କୁ ନେଇ ପଡି ରହିଲେ ଅସହାୟ ସଦେ । ପର ପାଖରେ ଯାଇ କାମଦାମ କରି ଯାହା ପାଆନ୍ତି ସେଥିରେ କଷ୍ଟେ ମଷ୍ଟେ ଚଳିଯାଆନ୍ତି । ସମୟ ସମୟରେ ଭୋକରେ ବି ରହିବାକୁ ହୁଏ । ସଦେଙ୍କ ସାତ ସନ୍ତାନ ମଧ୍ୟରେ ୪ ପୁଅ ବଡ଼ପୁଅ ପଣ୍ଡା ମାଝୀ(୯), କରୁଣା ମାଝୀ(୮), ପଞ୍ଚୁ ମାଝୀ(୭), ଗଉଡ଼ ମାଝୀ(୬) ଝିଅ ମାନଙ୍କ ମଧ୍ୟରୁ ସନନ୍ତି ମାଝୀ(୫), ଆରତୀ ମାଝୀ(୪) ଓ ତିନି ମାସର ଶିଶୁ କନ୍ୟା ଯିଏକି ଜନ୍ମ ହୋଇଥିଲେ ମଧ୍ୟ ନିଜ ବାପାକୁ ଦେଖି ପାରିନଥିଲେ।ଏମାନଙ୍କୁ ନେଇ ଚାଲିଛି ସଦେଙ୍କ ସଂସାର । ତେବେ ସବୁଠାରୁ ପରିତାପର ବିଷୟ ହେଉଛି ତାଙ୍କୁ ବିଧବା ଭତ୍ତା ମିଳିନାହିଁ କି ସାତ ଶିଶୁଙ୍କ ମଧ୍ୟରୁ ୪ ଜଣଙ୍କୁ ପଞ୍ଚାୟତ ପକ୍ଷରୁ ପିଡ଼ିଏସ ଚାଉଳ ମଧ୍ୟ ମିଳୁନାହିଁ । ଏ ସମନ୍ଧରେ ସଦେ ନିଜ କୁନି କୁନି ସନ୍ତାନକୁ ଛାଡି ପଞ୍ଚାୟତ କି ବ୍ଲକ କର୍ତ୍ତୁପକ୍ଷଙ୍କ ଦ୍ବାରସ୍ଥ ହୋଇ ପାରୁନାହିଁ । ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ ବିତୁଛି ଏହି ଅସହାୟ ମହିଳାଙ୍କ ଦିନ । ସଦେଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଡାହାଣୀ ପଦର ଗ୍ରାମ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।

Omkar Vasthu
Omkar Vasthu

ଲାଞ୍ଜଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.