ବେହେରା ପଞ୍ଚାୟତର ନୂତନ ସରପଞ୍ଚ ଭାବେ କାର୍ଯ୍ୟଭାର ଗ୍ରହଣ କଲେ କୁମୁଦିନୀ ଗଇନ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ କୁମୁଦିନୀ ଗଇନ୍ତା ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟୀତ୍ୱ ଗ୍ରହଣ କରିବା ଅବସରରେ ଶ୍ରୀମତୀ ଗଇନ୍ତା ସମସ୍ତ ଓ୍ବାର୍ଡ ସଭ୍ଯ/ସଭ୍ଯା, ନାଏବ ସରପଞ୍ଚଙ୍କୁ ନିଜର କୃତଜ୍ଞତା ଅର୍ପଣ କରିବା ସହିତ ପଞ୍ଚାୟତର ବିକାଶ ଦିଗରେ ସମସ୍ତେ ସହଯୋଗ‌ କରିବାକୁ ନିବେଦନ କରିଛନ୍ତି । ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନେ ମଧ୍ଯ ପଞ୍ଚାୟତର ବିକାଶ ଦିଗରେ ସହଭାଗୀ ହେବେ ବୋଲି ମତପୋଷଣ କରିଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗଙ୍କ ଉପସ୍ଥିତିରେ ଶ୍ରୀମତୀ ଗଇନ୍ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ସେ ଗଣ ମାଧ୍ଯମ କୁ ନିଜ ପ୍ରତିକ୍ରିୟା ରେ, ବେହେରା ପଞ୍ଚାୟତକୁ ଏକ ଆର୍ଦଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ତତ୍ପରତା ଦେଖାଇବା ସହିତ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମବାସୀଙ୍କ ସହଯୋଗ କାମନା କରଛନ୍ତି ନବ ନିର୍ବାଚିତ ସରପଞ୍ଚ କୁମୁଦିନୀ ଗଇନ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.