ସୁଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଜଳ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ଅନ୍ତର୍ଗତ ୪୨ ମୌଜା ସୁଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡକ୍ରସ ଆନୁକୂଲ୍ୟରେ ଅଧ୍ୟକ୍ଷ ଦୁଷ୍ମନ୍ତ ମହାପାତ୍ରଙ୍କ ସଭାପିତ୍ବରେ ବିଶ୍ଵ ଜଳ ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏନଏସ ପ୍ରୋଗ୍ରାମ ଅଫିସର ବିଚିତ୍ରାନନ୍ଦ ପତି ମଙ୍ଗଳାଚରଣ ପାଠ ସହ ଅତିଥି ମାନକର ପରିଚୟ ଓ ପ୍ରାରମ୍ଭକ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଡକ୍ଟର କଲିମୁଲ୍ଲା, ସମ୍ମାନିତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ବିଜୟ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଉକ୍ତ ସଭାରେ ଅଧ୍ୟାପକ ଡ଼ଃ. ରାଜେନ୍ଦ୍ର କୁମାର ପତି, ଅଧ୍ୟାପିକା ଲିଲି ଦାସ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ୟୁଥ୍ ରେଡକ୍ରସ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.