ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦୀର୍ଘ ବାର ବର୍ଷ ଧରି ପ୍ରକାଶ ପାଇଆସୁଥିବା ସାପ୍ତାହିକ ସମ୍ବାଦପତ୍ର ‘ତେଜସ୍ୱିନୀ’ର ସୁପରିଚାଳନା ତଥା ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ଗଠିତ ତେଜସ୍ୱିନୀ ଫାଉଣ୍ଡେସନ୍ ଟ୍ରଷ୍ଟର ଉଦଘାଟନୀ ସମାରୋହ ଓଲ୍ଡ ଟାଉନ୍ ସ୍ଥିତ ଭେଙ୍କଟେଶ୍ୱର ଇଂଲିଶ ମିଡିଅମ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କେୟାର୍ ନିର୍ଦ୍ଦେଶକ ସୂର୍ଯ୍ୟମଣି ରାଉଳ, ଭଏସ ଅଫ ଭିକ୍ଟିମ୍ ଅଧ୍ୟକ୍ଷ ଆଇନଜୀବୀ ଜ୍ଞାନରଞ୍ଜନ ମିଶ୍ର, ତେଜସ୍ୱିନୀ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଯତୀନ୍ଦ୍ରନାଥ ଦାସ, ଉପଦେଷ୍ଟା ଗିରିଜା ଶଙ୍କର ରାୟ ପ୍ରମୁଖ ଯୋଗଦାନ କରିବା ସହ ସମାଜସେବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମକୁ ତେଜସ୍ୱିନୀ ଫାଉଣ୍ଡେସନ ଟ୍ରଷ୍ଟର ସଂପାଦକ ସଞ୍ଜ ସମୀର ମହାପାତ୍ର, ଉପାଧ୍ୟକ୍ଷ ରଣଜିତ ପଟ୍ଟନାୟକ, କୋଷାଧ୍ୟକ୍ଷ ତାପସ ପାତ୍ର, ସକ୍ରିୟ ସଦସ୍ୟ ରବିରତ୍ନ ପଟ୍ଟନାୟକ, ସୋନମ ମହାପାତ୍ର, ତନ୍ମୟୀ ମହାନ୍ତି ପରିଚାଳନା କରିଥିଲେ।