୧୫ରୁ ପୁଣି ହେବ ହେଲମେଟ ଯାଞ୍ଚ

ସଡକ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ [ରାହୁଲ]): ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ ଯାଞ୍ଚ କରାଯିବ। ଏହି ଅଭିଯାନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ ସଡକ ପରିବହନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ତେଣୁ ବିନା ହେଲମେଟରେ ଯାତ୍ରା କରୁଥିଲେ ଚାଲାଣ କଟାଯିବା ସହ ବାଇକ ଚାଳକଙ୍କ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯିବ। ସେହିଭଳି ନାବାଳକ ଗାଡି ଚାଳକ ଓ ବାଇକ୍‌ରେ ୩ ଜଣ ବସିଥିଲେ ତାଙ୍କ ଉପର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ସୂଚନା ରହିଛି। ଏହି କ୍ରମରେ ନୂଆପଡା ଜିଲ୍ଲାରେ ମଧ୍ୟ ଯାଞ୍ଚ କଡାକଡି ହେବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.