ପରୀକ୍ଷିତ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ, ୮୪% ରଖି ବିକାଶ ପ୍ରଥମ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଶିକ୍ଷା ବର୍ଷ ୨୦୨୨ ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଘୋଷଣା ହୋଇଛି। ଏଥିରେ ଖଡ଼ିଆଳ ସ୍ଥିତ ପରୀକ୍ଷିତ ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତପ୍ରତିଶତ ଫଳାଫଳ ଆସିଛି । ବିଦ୍ୟାଳୟର ଛାତ୍ର ବିକାଶ ତାଣ୍ଡି ୮୪ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସର୍ବ ମୋଟ ୪୦ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୫ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ ୨୦ ଜଣ ଦ୍ଵିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ଓ ୫ ଜଣ ପାସ କରିଥିବା ଜଣାପଡିଛି। ଉକ୍ତ ବିଦ୍ୟାର୍ଥୀମାନେ ମାଟ୍ରିକ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖି ଏହି ବିଦ୍ୟାଳୟରୁ ହିଁ ଉତୀର୍ଣ୍ଣ ହୋଇଥିଲେ । ପୁଣି ସେମାନେ ଏହି କଲେଜରେ ଯୁକ୍ତ ଦୁଇ ପରୀକ୍ଷା ରେ ଅଧିକ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବାରୁ କଲେଜ କର୍ତ୍ତୃପକ୍ଷ କୃତଜ୍ଞତା ଜଣାଇବା ସହ ନିଜ କଲେଜର ଗୌରବ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.