ଗୋଲାମୁଣ୍ଡାରୁ ତାଲିମ ନେବାକୁ ଭୁବନେଶ୍ୱର ଗଲେ ୨୫ ଜଣ ଶିକ୍ଷିତ ଯୁବକ ଯୁବତୀ

ଅଞ୍ଚଳର ଯୁବବର୍ଗ ସ୍ବାବାଲମ୍ବୀ ହେବାକୁ ଆହ୍ବାନ ଦେଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତ ୫ ତାରିଖ ଦିନ ଗୋଲାମୁଣ୍ଡା ବ୍ଲକ ପରିସରରେ ଦିନଦୟଲ ଗ୍ରାମୀଣ କୋଶଳ କର୍ମ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତର ଅନେକ ଶିକ୍ଷିତ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨୫ ଜଣ ଯୁବକଯୁବତୀ ବିଭିନ୍ନ ବିଭାଗରେ ତାଲିମ ନେବାକୁ ମନୋନୀତ ହୋଇଛନ୍ତି । ୪ ଜଣ ଯୁବକ ପିଆଇଏ ଏଏସଏମଏସିଏସ କଟକରେ ଇଲେକ୍ଟ୍ରିସିଆନ ବିଭାଗରେ ତାଲିମ ନେବେ । ୧୭ ଜଣ ଯୁବତୀ ପିଆଇଏ ଏଏସଏମଏସିଏସ ଭୁବନେଶ୍ୱରରେ ସିଲାଇ ବିଭାଗରେ ତାଲିମ ନେବେ ଓ ୪ ଜଣ ଯୁବତୀ ପିଆଇଏ କାପ୍ସଟନ ଭୁବନେଶ୍ୱରରେ ନର୍ସିଙ୍ଗ ବିଭାଗରେ ତାଲିମ ନେବେ । ଆଜି ଏହି ୨୫ ଜଣ ଯୁବକଯୁବତୀ ତାଲିମ ନେବାକୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସୂଚନା ଦେଇଛନ୍ତି । ଏହି ଯୋଜନାରେ ବ୍ଲକର ଅନେକ ଯୁବକଯୁବତୀ ସାମିଲ ହୋଇ ମାଗଣାରେ ତାଲିମ ନେଇ ସରକାରଙ୍କ ସ୍ଵୀକୃତିପ୍ରାପ୍ତ ଅନେକ ବିଭିନ୍ନ ନାମିଦାମୀ କମ୍ପାନୀରେ ଚାକିରୀ କରି ସ୍ବାବାଲମ୍ବୀ ହେବାକୁ ଆହ୍ବାନ କରିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.