ଇନ୍ଦ୍ରପ୍ରସ୍ତ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକନୋଲୋଜିରେ ପ୍ରଦର୍ଶତ ହେଲା ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସଙ୍କ ଚିତ୍ରକଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକନୋଲୋଜିରେ ଏକକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ୱର ୩ ଓ ୪ ଇନ୍ଦ୍ରପ୍ରସ୍ତ ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମେସନ୍ ଟେକନୋଲୋଜି ଦିଲ୍ଲୀ ତରଫରୁ ଭାରତର ବିଭିନ୍ନ ପ୍ରାନ୍ତରରୁ ଚିତ୍ର ଶିଳ୍ପୀ ମାନଙ୍କୁ ଆମନ୍ତ୍ରଣ କରି ଏକ କର୍ମଶାଳା ହୋଇଯାଇଛି। ଉକ୍ତ କର୍ମଶାଳାକୁ ଡିଜାଇନ୍ ବିଭାଗର ଅଧ୍ୟାପକ ଶିଳ୍ପୀ ଅନୁପ ରତନ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଫେସର ପୁଷ୍ପେନ୍ଦ୍ର ସିଂ (ଡାଇରେକ୍ଟର) କର୍ମଶାଳାର ଶୁଭ ଉଦ୍ଘାଟନ କରିଥିଲେ।

ଏହି ଚିତ୍ରକଳା ପ୍ରଦର୍ଶନୀରେ ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସଙ୍କ ଚିତ୍ର ପ୍ରଦର୍ଶତ ହୋଇଥିଲା। ଶ୍ରୀ ଦାସ ତାଙ୍କର ଚିତ୍ର ଓଡ଼ିଶାର ପାରମ୍ପାରିକ ଚିତ୍ରକଳା ସେଠାକାର ଛାତ୍ର ଛାତ୍ରୀ ମାନଙ୍କୁ ଦୁଇଦିନ ଧରି ଶିଖାଇବା ସହ ଓଡ଼ିଶାର କଳା କିପରି ବିଶ୍ୱଦରବାରରେ ସ୍ଥାନ ପାଇଛି ସେନେଇ ଆଲୋକପାତ କରିଥିଲେ। ତାଙ୍କର ଚିତ୍ର ଗୁଡିକୁ ଭିଜୁଆଲ ମାଧ୍ୟମରେ ସମସ୍ତ ଛାତ୍ର ଓ ଛାତ୍ରୀ ଏବଂ ସମସ୍ତ ସମ୍ମାନୀୟ ଅତିଥି ମାନଙ୍କୁ ପ୍ରଦର୍ଶନ କରିବା ସହ କଳା ଓ କଳାକାରର ସମ୍ପର୍କ ମୂଲ୍ୟ ବିଷୟରେ ବୁଝାଇଥିଲେ।

ଦିଲ୍ଲୀର ମୀରାକି ଆର୍ଟ ସୋସାଇଟିର ସହ ଅନ୍ୟ ଅନୁଷ୍ଠାନର ସହଭାଗିତାରେ ଦୁଇଦିନିଆ ଚିତ୍ରକଳା ପ୍ରଦର୍ଶନୀ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମାତ୍ର ୧୦ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ। ସେଥିମଧ୍ୟରୁ ଓଡ଼ିଶାରୁ ଏକମାତ୍ର ନିକୁଞ୍ଜ ବିହାରୀ ଦାସ ଯୋଗ ଦେଇଥିଲେ। ସେହିପରି ଜ୍ଞାନେଶ ମିଶ୍ର (ବାଙ୍ଗାଲୋର), ମଞ୍ଜୁଳା ଚର୍ତୁବେଦି (ବାରଣାସୀ), ବିନୋଦ ପଟେଲ (ଗୁଜୁରାଟ), ମୂଜିତ୍ ରାଏ . କଲି ବାନ ଆନନ୍ଦ ଏମ ବେକାୱାଟ (ପୁନେ), ଡ ରେଣୁ ଯାଦବ (ଗାଜିଆବାଦ), ମୁନିଲ କୁମାର (ଅସ୍ତା) ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.