କର୍ଲାମୁଣ୍ଡା ଓ ମଦନପୁର ରାମପୁର ବ୍ଲକରେ ଅହିଂସା ରଥକୁ ଭବ୍ୟ ସ୍ବାଗତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରବିବାର ଅହିଂସା ରଥକୁ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ବ୍ଲକ ବେଲଖଣ୍ଡିଠାରୁ ଅହିଂସା ରଥକୁ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ କର୍ଲାମୁଣ୍ଡା ନୋଡାଲ ୟୁପି ସ୍କୁଲ ପର୍ଯ୍ୟନ୍ତ ସଂକିର୍ତ୍ତନର ତାଳେ ତାଳେ ପାଛୋଟି ଆଣିଥିଲେ। ପରେ ରଥଟି ରିଷିଡା ଦେଇ ଗଜବାହଲ ଛକ ପର୍ଯ୍ୟନ୍ତ ପହଁଞ୍ଚିବା ପରେ ମ.ରାମପୁର ପ୍ରଶାସନ ରଥକୁ ସ୍ବାଗତ ଜଣାଇ ପାଛୋଟି ନେଇଥିଲେ । ତା’ ପରେ ଅହିଂସା ରଥକୁ ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା, ଗୋଚ୍ଛାଡେଙ୍ଗେନ ଠାରେ ସ୍ବାଗତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ଅଲାତରା ସରପଞ୍ଚ ସସ୍ମିତା ନାଗ, ସମିତି ସଭ୍ୟ ଲକ୍ଷ୍ମୀ କୁମାର, ସମାଜସେବୀ ବିକାଶ ସିଂଦେଓ, ଗୋବିନ୍ଦ ଶତପଥୀ, ମିଶନ ଶକ୍ତି ଓଏଲ ଏମ ବିଭାଗର ବିପିଏମ,ଏମବିକେ, ସିଆରପି, ଅଙ୍ଗନୱାଡି କର୍ମଚାରୀଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତ ରହି ଅହିଂସା ରଥକୁ ସ୍ବାଗତ କରିଥିଲେ। ଆସନ୍ତାକାଲି (ସୋମବାର) ଅହିଂସା ରଥ ନର୍ଲା ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରିବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.