ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ସରକାରୀ ଉଚ୍ଚବିଦ୍ଯାଳୟ ପରିସରରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ କମଳ ପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉକ୍ତ ସଭାକୁ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ପରିଚାଳନା କରିଥିଲେ । ଶିକ୍ଷକ ସୁବାଷ ଚନ୍ଦ୍ର ମେହେର, ରୂପେଶ କୁମାର ମେହେର, ନିପେଂଦ୍ର ବାଗ, ଅନିଲ କୁମାର ମେହେର, ପ୍ରିତିଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ହିନ୍ଦୀ ଦିବସ ପାଳନର ମହତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । କାର୍ଯ୍ଯକ୍ରମରେ ବିଦ୍ଯାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଶେଷରେ ଶିକ୍ଷକ ଚନ୍ଦ୍ରମଣି ମେହେର ଧନ୍ଯବାଦ ଅର୍ପଣ କରିଥିଲେ ।