ପରଲୋକରେ ବିପ୍ଲବୀ ବୀର କିଶୋର ପରିଡା

ଓଡ଼ିଆ ବାର୍ତ୍ତା/ କଟକ: ମାହାଙ୍ଗା ମାଟିର ସୁଯୋଗ୍ୟ ସନ୍ତାନ, ସାମାଜିକ ନ୍ୟାୟ ଲଢେଇର ଅନ୍ୟତମ କର୍ଣ୍ଣଧାର, ସୁଲେଖା ପତ୍ରିକାର ସମ୍ପାଦନା ସହଯୋଗୀ ବୀର କିଶୋର ପରିଡାଙ୍କ ଆବର୍ତ୍ତମାନରେ ଗୋଟିଏ ଯୁଗର ଅବସାନ ଘଟିଛି । ମାତ୍ର ୫୪ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାରା ଓଡିଶାର ତାଙ୍କ ଶୁଭେଚ୍ଛୁମାନେ ମର୍ମାହତ ହେବାସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

ପୂର୍ବତନ ସାଂସଦ ବୈଷ୍ଣବ ପରିଡା, ପୂର୍ବତନ ସାଂସଦ ମୋହନ ଜେନା, ରବି ବେହେରା, କେଦାର ରାୟ, ସଂଗ୍ରାମ ମଲ୍ଲିକ ଇତ୍ୟାଦି ବହୁ ସାମାଜିକ ନ୍ୟାୟ ପ୍ରବକ୍ତାମାନଙ୍କ ସହ ସାମାଜିକ ନ୍ଯାୟ ସଂଗଠନ କାମରେ ନିଜ ଗାଁ ମାହାଙ୍ଗାରୁ ଆରମ୍ଭ କରି ସମଗ୍ର ଓଡିଶା ବୁଲି ଅକ୍ଳାନ୍ତ ପରିଶ୍ରମ କରି ଦଳିତ ନିଷ୍ପେସିତ ଜନସାଧାରଣଙ୍କ ପାଇଁ ଜୀବନ ତମାମ ସଂଘର୍ଷ କରିଥିଲେ ବୀର କିଶୋର ପରିଡା । ତାଙ୍କର ସେହି ବିରଳ ସାମାଜିକ ଚେତନା ପ୍ରତିବଦ୍ଧତା ବହୁ କାଳ ଧରି ବହୁ ସମଧର୍ମା ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିବ ଏବଂ ସୁଲେଖା ପରିବାର ନିମନ୍ତେ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି କହିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ସୁଲେଖା ପତ୍ରିକାର ସମ୍ପାଦକ ଲକ୍ଷ୍ମୀଧର ନାୟକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.