ଦିନିକିଆ କ୍ରିକେଟରେ ଦ୍ରୁତତମ ୩୦୦୦ ରନ୍ ପୂରଣ କଲେ ସ୍ମୃତି ମନ୍ଧାନା

ଓଡ଼ିଆ ବାର୍ତ୍ତା/ ଇଂଲଣ୍ଡ: ଆଜି ଭାରତୀୟ ମହିଳା କ୍ରିକେଟ ଖେଳାଳି ସ୍ମୃତି ମନ୍ଧାନା ନିଜର ୭୬ ତମ ଇନିଂସରେ  ୩୦୦୦ ରନ୍ କରି  ଭାରତ ପାଇଁ ରେକର୍ଡ କରିଛନ୍ତି । ଓପନର ବ୍ୟାଟ୍ସମ୍ୟାନ୍ ସ୍ମୃତି ଦିନିକିଆ ଆନ୍ତର୍ଜାତୀୟ ଫର୍ମାଟରେ ୩୦୦୦ ରନ୍ ମାଇଲଖୁଣ୍ଟ ଅତିକ୍ରମ କରି ମହିଳା ଭାରତୀୟ ଭାବେ ତୃତୀୟ ଭାରତୀୟ ଖେଳାଳି ହୋଇଛନ୍ତି। ତେବେ ସ୍ମୃତି ୭୬ ତମ ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସ୍ମୃତିଙ୍କ ପୂର୍ବରୁ ୮୮ ତମ ଇନିଂସରେ ୩୦୦୦ ମାର୍କ ଅତିକ୍ରମ କରିଥିବା ଭାରତ ମହିଳା  ବ୍ୟାଟସମ୍ୟାନ ହେଉଛନ୍ତି ମିତାଲି ରାଜ । ୩୦୦୦ ରନ୍ କରିବାରେ ମିତାଲି ରାଜ ଏବଂ ହରମାନପ୍ରୀତ କୈାରଙ୍କ ପରେ ତୃତୀୟ ଭାରତ ମହିଳା ଖେଳାଳି ହେଉଛନ୍ତି ସ୍ମୃତି ।କ୍ୟାଣ୍ଟରବେରୀରେ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚରେ ସ୍ମୃତି ଏହି ସଫଳତା ହାସଲ କରିଛନ୍ତି। ସ୍ମୃତି ମନ୍ଧାନା ଦିନିକିଆ କ୍ରିକେଟ୍ ରେ ହାରାହାରି ୪୩+ ଏବଂ ପ୍ରାୟ ୮୫ ଷ୍ଟ୍ରାଇକ୍ ହାରରେ ୩୦୦୦ ରନ୍ ପୂରଣ କରିଛନ୍ତି । ଶିଖର ଧାୱନ ଏବଂ ବିରାଟ କୋହଲିଙ୍କ ପରେ ସ୍ମୃତି ଦ୍ରୁତତମ ଭାରତ ମହିଳା ଖେଳାଳି ତଥା ତୃତୀୟ ଭାରତୀୟ ହୋଇଛନ୍ତି। ଧାୱନ ୭୨ ଇନିଂସରେ ୩୦୦୦ ଓଡ଼ିଆଇ ରନ୍ ସଂଗ୍ରହ କରିଥିବାବେଳେ କୋହଲି ୭୫ ଇନିଂସରେ ଏହା କରିଛନ୍ତି। ୨୦୧୩ ରେ ଦିନିକିଆରେ ଡେବ୍ୟୁ କରିଥିବା ବାମହାତୀ ଓପନର ସ୍ମୃତି ଦିନିକିଆ ଫର୍ମାଟରେ ପାଞ୍ଚଟି ଶତକ ଏବଂ ୨୪ ଅର୍ଦ୍ଧଶତକ  କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.