କବିତା: ମହାମାୟା

✍🏼ଆୟୁଷ ବଢ଼ାଇ

ଚାରିଆଡେ କେତେ ଆନନ୍ଦ ଉତ୍ସବ
ବାଜି ଉଠୁଛେ ବଜାଗଜା,
ଶରତ ମାସର ଦଶହରା ଦିନେ
ମା ମହାମାୟା କରବା ବିଜେ।।

ଚାଏର ଦିନୁ ଚାଳିଛେ ସଜାବଜା
ମା’ର ପରବ ଆସବା ବଲି,
ଢୋଲ ନିଶାନ ତାସା ବାଜି ଉଠିବା
ମାଆ ଆସିବା ଝୁଲି ଝୁଲି ।।

ଲାଲ ଲାଲ ଶାଢ଼ୀ ନେ କପାଳେ ସିନ୍ଦୂର
ଗଲା ନେ ତୋର ମନ୍ଦାର ମାଳ,
ପାଦେ ମା ତୋର ଆଏତା ଗାର୍
ଧଏନ ଧଏନ ତୋର ଲୀଳା ଖେଳ ।।

ତୁହି ମା କାଳୀ, ଦୁର୍ଗା ଆର୍
ଦେବୀ ଚନ୍ଦ୍ରଘଣ୍ଟା, କାତ୍ୟାୟିନୀ
ମା ତୁହି ଇଷ୍ଟଦେବୀ ସମଲେଇ,
ମହାଗୌରି, ବ୍ରହ୍ମଚାରିଣୀ ।।

ତୋର ଛୁଆ ଗୋ ଆମେ ଭବାନୀ
ମାଆ ଗୋ ତୁଇ ଜଗତ ଜନନୀ,
ଜୟ ଦେବୀ ମହିଷାମର୍ଦ୍ଦିନୀ
ତୁହି ମା ଦୁଃଖ ବିନାସିନୀ ।।

ଜୁହାର ଗୋ ମାଆ ମହାମାୟା
ସବକୁ ରଖିଥିବୁ ତୋର ଛାଇତଳେ,
ଦୁଃଖ ନାଇ ଦେବୁ କାହାକେ
ବିନିତି କରୁଛେ ତୋର ପାହାତଳେ।।

ସ୍ନାତକ ବାଣିଜ୍ୟ ବିଭାଗ
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର
ଇମେଲ୍: ayushbadhai191@gmail.com

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.