ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କୁ ଭେଟିଲେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କାର୍ଯ୍ୟକର୍ତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶା ସରକାର କଳାହାଣ୍ଡି ଜିଲ୍ଲାର ଅନେକ ଜାତି ସଂଗଠନକୁ ନିଜର ଭବନ ତିଆରି ପାଇଁ ପଚାଶ ଲକ୍ଷ ଅନୁଦାନ ଦେଇଥିଲେ । ତେବେ ଏସସି ଜାତି ପାଇଁ ଏହି ଅନୁଦାନ ଦେଇ ନ ଥିବାରୁ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ସାକ୍ଷାତ କରି ଅନୁଦାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଭବନ ନିର୍ମାଣ ହେଲେ ଏହି ଜାତିର ଲୋକଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ବନ୍ଧିତ ଓ ଦୁରଦୂରାନ୍ତର ଗରୀବ ଅସହାୟ ଓ ରୋଗୀଙ୍କ ସହପାଠୀ ତଥା ଉଚ୍ଚ ଶିକ୍ଷାର ଛାତ୍ରଛାତ୍ରୀଙ୍କ ରହଣି ସହିତ ଜିଲ୍ଲା ହେଡ୍ କ୍ୱାର୍ଟରରେ ରହିବା ତଥା ଅନେକ ଅସୁବିଧାର ସହଯୋଗ କରିବ ବୋଲି ଜଣାଇଥିଲେ । ଏହି ଦାବୀପତ୍ର ଓ ସାକ୍ଷାତରେ ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ମହାସଚିବ ଯତିନ୍ଦ୍ର କର, ଆଇନ ବିଭାଗର ମୁଖ୍ୟ ଛବିଲାଳ ନିଆଲ , ଉପସଭାପତି ସୁର୍ଯ୍ୟ କୁମାର, ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ, ଶ୍ରୀବତ୍ସ ତାଣ୍ଡି, ଉପଦେଷ୍ଟା ବିଶ୍ବନାଥ କର, ଜୁନାଗଡ଼ ବ୍ଳକ ସଭାପତି ମହାଦେବ ନାଏକ, ଭବାନୀପାଟଣାର କାମଦେବ ବେଶ୍ରା, ଭବାନୀପାଟଣା ସହରର ଧର୍ମେନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଅନାମ ନାଏକ, ଲବଣିଧର ମହାନନ୍ଦ, ଅଭିଜିତ କର, ସାମ୍ବାଦିକ ମହାଦେବ ଖଣ୍ଡୁଆଲ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦ ସୁଜିତ କୁମାର ଭବନ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Omkar Vasthu
Omkar Vasthu

ପରେ ପରେ ଗତ ସେପ୍ଟେମ୍ବର ୧୫ ତାରିଖ ଦିନ ହୋଇଥିବା କନକ ନିଆଲ ହତ୍ୟା ଘଟଣାର ଅନୁଧ୍ୟାନ କରି ସବିଆଇ ତଦାରଖ ପାଇଁ ତଥା ଓଡ଼ିଶାର ଗ୍ରାମରଖି ମାନଙ୍କ ଚାକିରି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଯେହେତୁ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଗ୍ରାମରଖି ଏସସି (ଡମ୍ ଓ ଘାସି) ମାନେ ରହିଥିବାରୁ ସେହିମାନଙ୍କ ବୃହତର ସ୍ବାର୍ଥକୁ ଓ ପରିବାରକୁ ଆଖି ଆଗରେ ରଖି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ କଳାହାଣ୍ଡି ଦାବୀ ଜଣାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.