ଖଲ୍ଲିକୋଟ କଲେଜ ଏକ୍ସଟନସନ ଉଇଙ୍ଗର ୧୯୭୮ମସିହା ଛାତ୍ରଙ୍କ ବନ୍ଧୁ ମିଳନ ପର୍ବ

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମ କକ୍ଷରେ ଖଲ୍ଲିକୋଟ କଲେଜ ଏକ୍ସଟନସନ ଉଇଙ୍ଗର ୧୯୭୮ମସିହା କଲେଜ ଛାତ୍ରଙ୍କ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଗଣେଶ ପ୍ରସାଦ ସାହୁ, ପ୍ରଫୁଲ୍ଲ କୁମାର ବିଷୋଇ, ଅଲେଖ ଚନ୍ଦ୍ର ବେହେରା, ପ୍ରଫୁଲ ଜେନା ଓ ଲକ୍ଷ୍ମୀ ନାରାୟଣ ସାହୁ ମଂଚାସିନ ଥିଲେ । କିଶୋର କାପୁର, କାଳୀ ଚରଣ ସ୍ୱାଇଁ, କୈଳାସ ଚନ୍ଦ୍ର ସାବତ ଓ ହିମାଂଶୁ କୁମାର ସାମନ୍ତରାୟ ସହଯୋଗ କରିଥିଲେ । ସମସ୍ତେ ପରିଣତି ବୟସରେ ନିଜ ନିଜର ଦୁଖ ଓ ସୁଖର ଆଦାନ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର ୨୩ରେ ପରବର୍ତ୍ତୀ ବନ୍ଧୁ ମିଳନ ପର୍ବ ମହୁରୀ କାଳୁଆ ଠାରେ ଅନଷ୍ଠିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ କିଶୋର କାପୁର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.