କଦମ୍ବଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ କଲ୍ୟାଣ ମଣ୍ଡପ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଓ ନୂତନ କଲ୍ୟାଣ ମଣ୍ଡପ ଗୃହ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ ଓ ପରୀକ୍ଷିତ ନାଏକ,
ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତିସଭ୍ୟା ମୁକ୍ତା ଭୋଇ, କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକ, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ହରିଶ୍ଚନ୍ଦ୍ର ବୁଦ୍ଧିଆ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, କୁମଖାଲ ସରପଞ୍ଚ ସାନ୍ଦ୍ରୁ ମାଝୀ, କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ ପ୍ରମୁଖ ଯୋଗ ଦେଇଥିଲେ । କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହକୁ ପରିଚାଳନା କରିଥିଲେ ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁ ।
କଦମ୍ବଗୁଡ଼ା ସମିତିସଭ୍ୟା ଚଞ୍ଚଳା ବେନିଆଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଧର ଧରୁଆ, ବରିଷ୍ଠ ନାଗରିକ ସରୋଜ ପ୍ରଧାନ, ଅଜିତ ପ୍ରଧାନ, ଗ୍ରାମରୋଜଗାର ସେବକ ପ୍ରଦ୍ୟୁମ୍ନ ସାହୁ, ଯୋଗାଣ ସହାୟକ ନାରାୟଣ ନାୟକଙ୍କ ସମେତ ପଞ୍ଚାୟତ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.